ରାଜନୀତି ରୁ ସନ୍ନ୍ୟାସ ଘୋଷଣା କଲେ ଲାଲୁଙ୍କ ଝିଅ

ବିହାର: ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ବିହାର ନିର୍ବାଚନର ଫଳାଫଳ ପରେ ରାଜନୀତି ଛାଡିବା ନେଇ ଘୋଷଣା କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, “ମୁଁ ରାଜନୀତି ଛାଡ଼ୁଛି ଓ ମୁଁ ମୋ ପରିବାର ସହ ସବୁ ସମ୍ପର୍କ ଚ୍ଛିନ୍ନ କରୁଛି। ସଞ୍ଜୟ ଯାଦବ ଓ ରମୀଜ ମୋତେ ଯାହା କହିଥିଲେ ମୁଁ ଏବେ ସେଇଆ କରୁଛି। ମୁଁ ସବୁ ଦୋଷ ନିଜ ମୁଣ୍ଡକୁ ନେଉଛି।” ଏଠାରେ ସେ ସବୁ ଦୋଷ ପାଇଁ ନିଜକୁ ଦାୟୀ କେଉଁ କଥା କହୁଛନ୍ତି, ତାହା ସ୍ପଷ୍ଟ ହୋଇନି। ରୋହିଣୀଙ୍କର ବୟାନ ଆରଜେଡି ଶିବିର ମଧ୍ୟରେ ହଇଚଇ ସୃଷ୍ଟି କରିଛି। ନିର୍ବାଚନ ପରାଜୟ ମଧ୍ୟରେ ପାରିବାରିକ ବିବାଦ ଦେଖାଦେବା ଦଳର ସମସ୍ୟାକୁ ଆହୁରି ଜଟିଳ କରିପାରେ ବୋଲି ଆଲୋଚନା ହେଉଛି । ରୋହିଣୀ ପେଶାରେ ଜଣେ ଡାକ୍ତର। ଏକଦା ସେ ବାପା ଲାଲୁଙ୍କୁ କିଡନୀ ଦେଇ ଜୀବନ ବଞ୍ଚାଇଥିଲେ। ୨୦୨୪ରେ ସେ ବିହାରର ସାରନ ଲୋକସଭାରୁ ନିର୍ବାଚନ ଲଢ଼ିଥିଲେ ହେଁ ବିଜେପିର ରାଜୀବ ପ୍ରତାପ ରୁଢ଼ୀଙ୍କ ଠାରୁ କମ ବ୍ୟବଧାନରେ ପରାସ୍ତ ହୋଇଥିଲେ। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ରୋହିଣୀ ଓ ଲାଲୁଙ୍କ ପରିବାର ମଧ୍ୟରେ ସବୁ କିଛି ଠିକଠାକ ନଥିବା ସ୍ପଷ୍ଟ ହୋଇଥିଲା। କାରଣ ରୋହିଣୀ ଏକ୍ସରେ ପ୍ରଥମେ ନିଜ ବାପା ଲାଲୁ ପ୍ରସାଦ ଓ ପରେ ଭାଇ ତେଜସ୍ୱୀ ଯାଦବଙ୍କୁ ଅନଫୋଲ କରିଥିଲେ।

Leave a Reply

Your email address will not be published. Required fields are marked *