ବାଂଲାଦେଶୀ ଲିଙ୍କ୍‌ ମାମଲାରେ ଫେରାର ସିକନ୍ଦର ଆଲମ ଯାଜପୁରରୁ ଗିରଫ

ଯାଜପୁର: ବାଂଲାଦେଶୀ ଲିଙ୍କ୍ ମାମଲାରେ ଜଗତସିଂହପୁରରୁ ଫେରାର ସିକନ୍ଦର ଆଲମ ଗିରଫ । ସିକନ୍ଦରକୁ ଯାଜପୁର ଅଳକୁଣ୍ଡରୁ ଯାଜପୁର ପୋଲିସ ଓ ଜଗତସିଂହପୁର ପୋଲିସ ଦ୍ୱାରା ଗିରଫ କରାଯାଇଛି । ଗିରଫ ପରେ ସିକନ୍ଦରକୁ ଜଗତସିଂହପୁର ପୋଲିସ ନିଜ ଜିଲ୍ଲାକୁ ନେଇ କୌଣସି ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଥୁବା ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମାମଲାରେ ଜଡିତ ଥିବା ସିକେନ୍ଦର ଜଗତସିଂହପୁର ପୋଲିସକୁ ଚକମା ଦେଇ ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନା ଅଂଚଳରେ ଲୁଚି ରହିଥିଲା l ତେବେ କୌଣସି ସୂତ୍ରରୁ ଖବର ପାଇ ଜଗତସିଂହପୁର ପୋଲିସ ଗତକାଲି ବିଳମ୍ବିତ ରାତିରେ ଆସି ଯାଜପୁର ପୋଲିସର ସହାୟତାରେ ଅଳକୁଣ୍ଡ ଅଂଚଳରେ ଚଢ଼ାଉ କରି ସିକନ୍ଦରକୁ ଗିରଫ କରିବାରେ ସଫଳ ହେଇଥିଲା l ଗିରଫ ପରେ ଜଗତସିଂହପୁର ପୋଲିସ ସିକନ୍ଦରଙ୍କ ସହିତ ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ନିଜ ହେପାଜତକୁ ନେଇଥିବା ସୂଚନା ମିଳିଛି l ଅଭିଯୋଗ ଅନୁଯାୟୀ ସିକନ୍ଦର ବେହେରାମପୁର ବସ୍ତିରେ ବାଂଲାଦେଶୀଙ୍କୁ ରଖିଥିଲା । ୧୭ ତାରିଖରେ ସେମାନଙ୍କ ଠାରୁ ଦେଶୀ ବନ୍ଧୁକ, ମରଣାସ୍ତ୍ର ଓ ଆପତ୍ତି ଜନକ ସାମଗ୍ରୀ ଜବତ କରିଥିଲା ପୋଲିସ । ଚଢ଼ାଉ ବେଳେ ପୋଲିସ ଏବଂ ବାଂଲାଦେଶୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ୧୦ରୁ ଅଧିକ ବାଂଲାଦେଶୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ l

Leave a Reply

Your email address will not be published. Required fields are marked *