ମର୍ଣ୍ଣିଂ ଓ୍ୱାକ୍ କରି ଫେରୁଥିବା ବେଳେ ମାଡ଼ିଗଲା ବସ୍

ଯାଜପୁର: ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ବସ୍ । ୪ ଜଣ ପଥଚାରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଏହାର ତଦନ୍ତ କରୁଛି । ଯାଜପୁର ସଦର ଥାନା କୁଜାଲା ଛକ ନିକଟରେ ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଆଜି ସକାଳେ ହରଗୌରୀ ନାମକ ଏକ ଘରୋଇ ବସ୍ ବରୀରୁ କଟକ ଯାଉଥିବା ସମୟରେ କୁଜାଲା ତାରିଣୀ ଛକ ନିକଟରେ ଭାରସାମ୍ୟ ହରାଇ ୪ ଜଣଙ୍କ ଉପରେ ମାଡି ଯାଇଥିଲା । ୪ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନନ୍ତର କରାଯାଇଛି । ସେମାନେ ହେଉଛନ୍ତି, କଟକର ରାକେଶ ଜେନା, ଚିଣ୍ଟୁ ଜେନା,ମନୁ ଜେନା ଏକଂ ବାଦଲ ଜେନା। ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଏକ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ବସ୍ ଚାଳକକୁ ଗିରଫ ସହ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ତଦନ୍ତ ଆରମ୍ଭ କରିଥିଲା ।

Leave a Reply

Your email address will not be published. Required fields are marked *