ନୂଆଦିଲ୍ଲୀ: ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନାଁ ଘୋଷଣା କରିଛି । ବିହାର ସରକାରରେ ମନ୍ତ୍ରୀ ରହିଥିବା ନୀତୀନ ନବୀନଙ୍କୁ ପାର୍ଟି ଦାୟିତ୍ଵ ଦେଇଛି । ନବୀନ ବର୍ତ୍ତମାନ ବିହାରର ନୀତିଶ କୁମାରଙ୍କ ନେତୃତ୍ଵାଧୀନ ଏନଡିଏ ସରକାରରେ ମନ୍ତ୍ରୀ ଅଛନ୍ତି। ବିହାରର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ ଏହାର ସୂଚନା ଦେଇଛନ୍ତି ।
ସୂଚନା ଅନୁଯାଇ, ବିଜେପିର ସଂସଦୀୟ ବୋର୍ଡ ନୀତୀନ ନବୀନଙ୍କୁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି । ଏହି ନିଯୁକ୍ତି ତତ୍କାଳ ପ୍ରଭାବରୁ ଲାଗୁ ହେବ । ଏହା ପୂର୍ବରୁ ଆଜି ଉତ୍ତର ପ୍ରଦେଶ ବିଜେପି ସଭାପତିଙ୍କ ନାଁ ଘୋଷଣା କରାଯାଇଥିଲା । ନବୀନ ୨୦୦୬ରେ ଉପ ନିର୍ବାଚନ ଜିତିବା ପରେ ଲଗାତାର ଚାରି ଥର ବିଧାୟକ ହୋଇଛନ୍ତି । ସେ ୨୦୧୦, ୨୦୧୫, ୨୦୨୦ ଏବଂ ୨୦୨୫ରେ ବିହାର ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଛନ୍ତି । ନୀତୀନ ନବୀନ ଭାରତୀୟ ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ବିହାର ସରକାରରେ ମନ୍ତ୍ରୀ ଥିବା ସହ ଛତିଶଗଡ଼ ବିଜେପି ପ୍ରଭାରୀ ଦାୟିତ୍ଵରେ ଅଛନ୍ତି ।
ନୀତୀନ ନବୀନ ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ
