IPL ନିଲାମ ତାଲିକାରେ ସାମିଲ ହେଲେ ୨ ଓଡ଼ିଆ

ଭୁବନେଶ୍ୱର: ଇଣ୍ଡିଆନ୍ ପ୍ରିମିୟର ଲିଗର ନିଲାମରେ ସାମିଲ ହୋଇଥିବା ଦୁଇ ଓଡ଼ିଆ ଖେଳାଳି ହେଉଛନ୍ତି ରାଜେଶ ମହାନ୍ତି ଏବଂ ସ୍ୱସ୍ତିକ ସାମଲ । ୨୦୨୬ IPLର ମିନି ଅକ୍ସନ ଆଜି ଆବୁଧାବିରେ ଅନୁଷ୍ଠିତ ହେବ । ଲଗାତାର ତୃତୀୟ ଥର ପାଇଁ IPL ଅକ୍ସନ ଭାରତ ବାହାରେ ହେଉଛି । ଏଥର ୧୦ଟି ଯାକ ଫ୍ରାଞ୍ଚାଇଜ ଖାଲି ପଡ଼ିଥିବା ମୋଟ୍ ୭୭ଟି ସ୍ଥାନ ପାଇଁ ମୋଟ୍ ୩୫୦ ଜଣ ଖେଳାଳିଙ୍କୁ ନେଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ୨୪୪ ଜଣ ଭାରତୀୟ ଓ ୧୧୫ ଜଣ ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି । ୩୫୯ଜଣ ଖେଳାଳିଙ୍କୁ ନେଇ ୪୨ଟି ସେଟ୍ ପ୍ରସ୍ତୁତ କରାଯାଇଛି । ସମସ୍ତ ଫ୍ରାଞ୍ଚାଇଜଙ୍କ ନିକଟରେ ୭୭ଟି ସ୍ଥାନ ଖାଲି ରହିଛି । ଏଥିରେ ରହିଛି ବିଦେଶୀ ଖେଳାଳିଙ୍କ ପାଇଁ ୩୧ଟି ସ୍ଥାନ । ଆଇପିଏଲର ମିନି ଅକ୍ସନ ପାଇଁ ହଜାର ହଜାର ଖେଳାଳି ନାମ ପଞ୍ଜୀକରଣ କରିଥିଲେ । ପ୍ରଥମେ କେବଳ ୩୫୦ ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୯ ଜଣଙ୍କୁ ସାମିଲ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟରେ ଓଡିଶାର ଦୁଇ ଖେଳାଳୀଙ୍କୁ ସାମିଲ କରାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ୨ଟି ବଡ଼ ଡିଲ୍ କରିଛି । ସେମାନେ ଲକ୍ଷ୍ନୌ ସୁପର ଜିଆଣ୍ଟସରୁ ଶାର୍ଦ୍ଦୁଲ ଠାକୁରଙ୍କୁ ୨ କୋଟି ଟଙ୍କାରେ ଏବଂ ଗୁଜରାଟ ଟାଇଟାନ୍ସରୁ ଶେରଫେନ ରଦରଫୋର୍ଡଙ୍କୁ ୨.୬୦ କୋଟି ଟଙ୍କାରେ କିଣିଛନ୍ତି ।

Leave a Reply

Your email address will not be published. Required fields are marked *