ସରକାରୀ ଅର୍ଥ ହେରଫେର; କନିଷ୍ଠ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର: ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଜେଇ ରତ୍ନେଶ କୁମାର ପାଣ୍ଡେ ଗିରଫ । ତାଙ୍କ ବିରୁଦ୍ଧରେ ୨୦୨୩-୨୪ ଆର୍ଥିକ ବର୍ଷରେ ପଟ୍ଟାମୁଣ୍ଡାଇ ବ୍ଲକରେ ଏକ ଷ୍ଟ୍ରିଟ୍ ଲାଇଟ୍ ବିଦ୍ୟୁତୀକରଣ ପ୍ରକଳ୍ପ କାର୍ଯ୍ୟକାରୀ କରି ଜିପି ଉନ୍ନୟନମୂଳକ ପାଣ୍ଠିର ଅପବ୍ୟବହାର ଅଭିଯୋଗ ହୋଇଛି। ସେ ପିପିଲିସ୍ଥିତ ଏସବିଆଇ ଶାଖାରେ ଥିବା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହାକୁ ସ୍ଥାନାନ୍ତର କରିଥିବା ଅଭିଯୋଗ ହୋଇଛି। ଏପର୍ଯ୍ୟନ୍ତ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥିବା ୯.୭୦ ଲକ୍ଷ ଟଙ୍କାର ପ୍ରମାଣ ସଂଗ୍ରହ କରାଯାଇଛି। ଆହୁରି ହେରଫେର ହୋଇଛି କି ନାହିଁ ସେନେଇ ତଦନ୍ତ ଜାରି ରହିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଓଡ଼ିଶା ଭିଜିଲାନ୍ସ ଅଭିଯୁକ୍ତ ଶ୍ରୀ ପାଣ୍ଡେଙ୍କ ବିରୁଦ୍ଧରେ କଟକ ଭିଜିଲାନ୍ସ ପିଏସ୍ କେସ୍ ନଂ.୩୫/୨୦୨୫ U/ S ୧୩(୨) R/W ୧୩ (୧)(ଏ)/୧୨ pc act, ୨୦୧୮/୪୦୯/୧୨୦-ବି ଆଇପିସି ଅନୁଯାୟୀ ମାମଲା ରୁଜୁ କରିଛି। ଗିରଫ ଜେଇ ରତ୍ନେଶ କୁମାର ପାଣ୍ଡେଙ୍କୁ କଟକ ଭିଜିଲାନ୍ସକୋର୍ଟରେ ହାଜର କରାଯାଇଛି।

Leave a Reply

Your email address will not be published. Required fields are marked *