ସହଜ ହେଲା ଆପାର୍ଟମେଣ୍ଟ କମନ୍ ଏରିଆ ପଞ୍ଜୀକରଣ

ଭୁବନେଶ୍ୱର: ଆପାର୍ଟମେଣ୍ଟର କମନ ଏରିଆ ବା ସର୍ବସାଧାରଣ ଅଞ୍ଚଳ ପଞ୍ଜିକରଣକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ରାଜ୍ୟ ସରକାର ଏହି ପଞ୍ଜିକରଣକୁ ସହଜ କରିଛନ୍ତି । ଏଣିକି ୨୦ ହଜାର ଟଙ୍କାରେ ରିଅଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ କମନ ଏରିଆ ପଞ୍ଜିକରଣ କରାଯିବ । ରାଜସ୍ୱ ବିଭାଗ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରିଛି । ୨୦୨୩ ମସିହାରୁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସ୍ବତ୍ବ ଆଇନ ଆସିବା ସତ୍ତ୍ବେ କମନ ଏରିଆ ପଞ୍ଜୀକରଣକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ଫଳରେ ଆପାର୍ଟମେଣ୍ଟ ପଞ୍ଜିକରଣରେ ଏହା ବାଧକ ସୃଷ୍ଟି ହୋଇଥିଲା । ଏଣିକି ୨୦ ହଜାର ଟଙ୍କାରେ ଆସୋସିଏନସ ଅଫ ଆଲଟି ବା ବାସଗୃହ କ୍ରେତା ସଂଘ ନାଁରେ କମନ ଏରିଆ ପଞ୍ଜିକରଣ ହୋଇପାରିବ । ଗତବର୍ଷ ନଭେମ୍ବରରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ସବୁ ଅଂଶୀଦାରଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଆପାର୍ଟମେଣ୍ଟର କମନ ଏରିଆ ପଞ୍ଜିକରଣକୁ ବ୍ୟବସ୍ଥିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

Leave a Reply

Your email address will not be published. Required fields are marked *