ଜାତିଆଣ ହିଂସାରେ ବାଂଲାଦେଶ ପୁଣି ଅଶାନ୍ତ

ନୂଆଦିଲ୍ଲୀ: ପୁଣି ଥରେ ପଡୋଶୀ ଦେଶ ବାଂଲାଦେଶରେ ହିଂସା ଦେଖିବାକୁ ମିଳିଛି । ମୟମନସିଂହ ଜିଲ୍ଲାରେ ଗୁରୁବାର ରାତିରେ ଜଣେ ହିନ୍ଦୁ ଯୁବକଙ୍କୁ ଭିଡ ମଧ୍ୟରେ ପିଟି ପିଟି ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଦୀପୁ ଚନ୍ଦ୍ର ଦାସ । ସେ ଏକ ପୋଷାକ ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏବଂ ଡୁବଲିଆପଡା ଅଞ୍ଚଳରେ ଭଡାରେ ରହୁଥିଲେ । ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ ତାଙ୍କ ଶବକୁ ଗଛରେ ଟାଙ୍ଗି ଜାଳି ଦେଇଛନ୍ତି ଦୁର୍ବୃତ୍ତ ।
ମିଳିଥିବା ଖବର ଅନୁସାରେ, ସ୍ଥାନୀୟ ଲୋକଙ୍କ ଏକ ଗୋଷ୍ଠୀ ପେଙ୍ଗବର ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିବା ଅଭିଯୋଗରେ ରାତି ୯ଟାରେ ଯୁବକଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣା ସେହି ସମୟରେ ଘଟିଛି ଯେତେବେଳବେ ବାଂଲାଦେଶରେ ଭାରତ ବିରୋଧୀ ନେତା ଶରିଫ ଉସମାନ ହାଦୀର ମୃତ୍ୟୁ ପରେ ଦେଶରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ଉତ୍ତ୍ୟକ୍ତ ଚରମପନ୍ଥୀ ଲୋକେ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଏହା ପରେ ଶବକୁ ଏକ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଇଥିଲେ । ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ମୃତଦେହକୁ ନିଜ କବଜାକୁ ନେଇ ଶବ ବ୍ୟବଚ୍ଛେଦ ପାଇଁ ୟମନସିଂ ମେଡିକାଲ କଲେଜ ହସ୍ପିଟାଲ୍ କୁ ପଠାଇ ଦେଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜୁ ହୋଇ ନାହିଁ । ପୋଲିସର କହିବା ଅନୁସାରେ ମୃତକଙ୍କ ପରିଚୟ ସନ୍ଧାନ କରାଯାଉଛି । ଆନୁଷ୍ଠାନିକ ଅଭିଯୋଗ ମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *