ଆତଙ୍କବାଦୀକୁ ମାରି ମୁହଁ ଫଟାଇ ଦେଲେ ଅନ୍ୟ କଏଦୀ

ସୁରଟ:ସାବରମତୀ ଜେଲରେ ବନ୍ଦୀ ଥିବା ସୟଦ ଅହମ୍ମଦ ମୋହିଉଦ୍ଦୀନ ଅବ୍ଦୁଲ କାଦର ଜିଲାନୀ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଜେଲରେ ଅନ୍ୟ ତିନି ଜଣ ଅନ୍ତେବାସୀ ତାକୁ ଆକ୍ରମଣ କରିଥିବା ସୂଚନା ମିଳିଛି ।ରିପୋର୍ଟ ଅନୁସାରେ, ରିସିନ୍ ତିଆରି ମାମଲାରେ ଜିଲାନୀକୁ ଗିରଫ କରାଯାଇଥିଲା । ରିସିନ ହେଉଛି ଏକ ବିଷ ଯାହା କାଷ୍ଟର ବିନ ମଞ୍ଜିରୁ ମିଳିଥାଏ । ଯାହାକୁ କେମିକାଲ ପ୍ରୋସେସରେ ବ୍ୟବହାର କରାଯାଏ । ଏଥିରୁ ମାରାତ୍ମକ ବିଷ ପ୍ରସ୍ତୁତ ହୋଇଥାଏ । ଅନ୍ୟ ଦୁଇ ଜଣଙ୍କ ସହ ଗୁଜରାଟ ଏଟିଏସ ଜିଲାନୀକୁ ଗିରଫ କରିଥିଲା । ପରେ ତାକୁ ସାବରମତୀ ଜେଲକୁ ପଠାଯାଇଥିଲା ।କୁହାଯାଉଛି ଯେ ଆକ୍ରମଣରେ ଜିଲାନୀ ଆହତ ହୋଇଛି । ତା ମୁହଁରେ ଆଘାତ ଲାଗିଛି । ଆଖି ଏବଂ ନାକକୁ ଅନ୍ୟ କଏଦୀ ଆକ୍ରମଣ କରିଛନ୍ତି । ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଛି । ସେ ହେଲେ ନିଲେଶ ଶର୍ମା । ଅନ୍ୟ ଦୁଇ ଜଣଙ୍କୁ ଏବେସୁଦ୍ଧା ଚିହ୍ନଟ କରାଯାଇ ନାହିଁ । ଦେଶବିରୋଧୀ କାର୍ଯ୍ୟକଳାପ ପାଇଁ ନିଲେଶ ଆକ୍ରମଣ କରିଥିବା ଜେଲର କହିଛନ୍ତି । ତେବେ ଘଟଣାକୁ ନେଇ ସାବରମତି ଜେଲର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *