ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଦଳରୁ ବହିଷ୍କୃତ

ଭୁବନେଶ୍ୱର: ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅଡୁଆରେ ପଡ଼ିଲେ ମହମ୍ମଦ ମୋକିମ୍। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରସ୍ତାବକୁ AICCର ଅନୁମୋଦନ। ଏନେଇ ଏକ୍ସରେ କଂଗ୍ରେସ ପ୍ରଦେଶ କମିଟି ପକ୍ଷରୁ ସୂଚନା ମିଳିଛି । ରବିବାର କଂଗ୍ରେସ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବାର କାହାର ଅଧିକାର ନାହିଁ କହିଥିଲେ ପିସିସି ସଭାପତି । ଯିଏ ବିଜେପି ସମ୍ପର୍କରେ ଅଛନ୍ତି ସେମାନେ ଦଳ ଛାଡ଼ି ଚାଲିଯାଆନ୍ତୁ । କଂଗ୍ରେସରେ ରହି ଦଳ ବିରୋଧୀ କାର୍ଯ୍ୟ କଲେ ସେମାନଙ୍କ ପାଇଁ ପାର୍ଟିରେ କୌଣସି ସ୍ଥାନ ନାହିଁ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ଏ ଦଳକୁ ଆଗକୁ ନେଇଛନ୍ତି । ତେଣୁ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ ।​​​​​​​ ସୂଚନା ଥାଉକି, ଗତ ୧୧ ତାରିଖରେ ରାଜ୍ୟ କଂଗ୍ରେସର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ନେତା ମହମ୍ମଦ ମୋକିମ୍ । ସେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ କରି ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ । ଭକ୍ତ ଦାସ କଂଗ୍ରେସ ପାଇଁ ନୁହେଁ ବରଂ ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ଅଭିଯୋଗ ଆଣିଥିଲେ।

Leave a Reply

Your email address will not be published. Required fields are marked *