ଦିଲ୍ଲୀରେ ଲାଗୁହେଲା ନୋ ପିୟୁସି ନୋ ଫୁଏଲ୍ ନିୟମ

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜିଠୁ ଲାଗୁ ହେଇଛି ନୋ ପିୟୁସି ନୋ ଫୁଏଲ୍ ନିୟମ । କାର କିମ୍ବା ବାଇକରେ ପଲ୍ୟୁସନ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପରେ ମିଳିବ ନାହିଁ ଇନ୍ଧନ ଏହା ବ୍ୟତୀତ, କେବଳ BS-VI ଅନୁପାଳନକାରୀ ଯାନଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଏନେଇ ଗତକାଲି ଠାରୁ ପିୟୁସି କେନ୍ଦ୍ର ଏବଂ ପଟ୍ରୋଲ ପମ୍ପ ଗୁଡିକରେ କାର-ବାଇକର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ସମସ୍ତେ ନିଜ ବାଇକ ଓ କାର ପାଇଁ ପଲ୍ୟୁସନ୍ ସାର୍ଟିଫିକେଟ୍ ବନାଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ସବୁ ସଂସ୍ଥାର ୫୦ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ୍ ହୋମ୍ ମୋଡରେ କାମ କରିବେ। ବାକି ୫୦ ପ୍ରତିଶତ ଅଫିସ ଆସିବେ ବୋଲି ନିର୍ଦ୍ଦେଶନାମା ସମସ୍ତ ସରକାରୀ ସଂସ୍ଥା ଓ ପ୍ରାଇଭେଟ କମ୍ପାନୀ ପାଇଁ ଲାଗୁ ହୋଇଛି । ଭୟଙ୍କର ପ୍ରଦୂଷଣକୁ ଦେଖି ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ଯିଏ ନ ମାନିବ, ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଦିଲ୍ଲୀରେ ଏବେ ସୀମା ଟପିଛି ବାୟୁ ପ୍ରଦୂଷଣ। ଏୟାର କ୍ଵାଲିଟି ଇନଡେକ୍ସ ୪୦୦ ଉପରେ ରହିଛି। କେତେକ ସ୍ଥାନରେ ଏହା ୫୦୦ ପାଖାପାଖି ପହଞ୍ଚିଛି। ସ୍ଵାସ୍ଥ୍ୟ ପାଇଁ ଏହ ବହୁତ ଖରାପ। ତେଣୁ GRAP -4 ଲାଗୁ କରାଯାଇଛି।

Leave a Reply

Your email address will not be published. Required fields are marked *