ହାଇଦ୍ରାବାଦ ନିବେଶକ ସମ୍ମିଳନୀ ସଫଳ; ୧୩ଟି MOU ସ୍ବାକ୍ଷର

ଭୁବନେଶ୍ୱର: ହାଇଦ୍ରାବାଦ ନିବେଶକ ସମ୍ମିଳନୀରେ ୧୩ଟି ଏମଓୟୁ ସହ ୬୭ ହଜାର କୋଟିର ନିବେଶ ପ୍ରସ୍ତାବ ମିଳିଛି । ଇନଭେଷ୍ଟର ମିଟରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମିଳନୀରେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଦୁଇଟି ରାଉଣ୍ଡ ଟେବୁଲ ବୈଠକ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ବୈଠକରେ ଫାର୍ମା ଓ ଡିଫେନ୍ସରେ ନିବେଶ ନେଇ ଆଲୋଚନା ହୋଇଛି । ଫର୍ମାରେ ୮ଟି ଏବଂ ଡିଫେନ୍ସରେ ୨୭ଟି ମିଟିଂ ହୋଇଛି । ଏହାଛଡ଼ା ୩୮ଜଣ ଇନଭେଷ୍ଟର୍ସଙ୍କ ସହ ମୁଖ୍ୟମନ୍ତ୍ରୀ ଓ୍ବାନ ଟୁ ଓ୍ବାନ୍ ଆଲୋଚନା କରିବା ସହ ୭୩ଟି ବୈଠକ କରିଥିଲେ । ୫୦୦ ଶିଳ୍ପ ଅନୁଷ୍ଠାନ ସହ ପୁଞ୍ଜି ନିବେଶ ନେଇ ସରକାର ଆଲୋଚନା କରିଥିଲେ । ଯାହାର ନିଷ୍କର୍ସରେ ରାଜ୍ୟ ସରକାର ୧୩ଟି ଏମଓୟୁ ସ୍ଵାକ୍ଷର କରିଛନ୍ତି । ଏହାଦ୍ବାରା ୨୭ ହଜାର ୬୫୦ କୋଟି ନିବେଶ ହେବା ସହ ୧୫ ହାଜର ୯୦୫ ଜଣ ନିଯୁକ୍ତି ପାଇବେ । ଇଣ୍ଡଷ୍ଟ୍ରି ସ୍ଥାପନ କେମିତି ହେବ ତାହା ମୁଖ୍ୟମନ୍ତ୍ରୀ ନିଜେ ହ୍ୟାଣ୍ଡେଲ କରୁଥିଲି ବୋଲି କହିଛନ୍ତି । ଆଗାମୀ ଦିନରେ ବାଙ୍ଗଲୋର, କୋଲକାତାରେ ନିବେଶକ ସମ୍ମିଳନୀ ଆୟୋଜନ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

Leave a Reply

Your email address will not be published. Required fields are marked *