ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଘଟଣା କୁ ନିନ୍ଦା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦିନ ଦ୍ବିପହରରେ ଏହି ଘଟଣା ଘଟିଥିଲେ ବି ପୋଲିସ ପ୍ରଶାସନ ତଥା ସରକାର ନିରବଦ୍ରଷ୍ଟା ସାଜିବା ଏବଂ ଏପର୍ଯ୍ୟନ୍ତ କାହା ଉପରେ ବି କାର୍ଯ୍ୟାନୁଷ୍ଠାନ ନନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।ରାଜ୍ୟରେ ଅ ରାଜକତା ଓ ଗୁଣ୍ଡାରାଜକୁ ପ୍ରଶୟ ଦେଇ ବିଜେପି ସରକାର କଣ ଦର୍ଶାଇବାକୁ ଚାହୁଁଛନ୍ତି । ଶାନ୍ତିପ୍ରିୟ ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ । ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନବୀନ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *