ପ୍ରଣବ ବଳବନ୍ତରାୟଙ୍କ ନାମରେ ସରକାରୀ ଜମି ମାଡ଼ି ବସିଥିବା ଅଭିଯୋଗ

ଭୁବନେଶ୍ୱର: ଗଡ଼ମଧୁପୁର ମୌଜାରେ ଜମି ଜବରଦଖଲ ଅଭିଯୋଗରେ ଧର୍ମଶାଳା ତହସିଲ୍‌ ପକ୍ଷରୁ ପ୍ରଣବଙ୍କୁ ଏକ ନୋଟିସ୍‌ ଜାରି କରାଯାଇଛି । ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀର ଖାତା ନଂ ୩୩୬ ପ୍ଲଟ ନମ୍ବର ୧୧୧୮ରେ ଥିବା ଫାର୍ମ ହାଉସ୍ ବିନା ଅନୁମତିରେ ସରକାରୀ ଜମି ଜବରଦଖଲ କରିଥିବା ଦର୍ଶାଯାଇଛି । ଓଡିଶା ଭୂମି ଅନଧିକାର ଦଖଲ ନିବାରଣ ଅଧିନିୟମ ୧୯୭୨ର ଧାରା ୪ ଏବଂ ୬ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ମଧ୍ୟ ପ୍ରଣବଙ୍କ ବିରୋଧରେ ରହିଛି ସରକାରୀ ଜମି ଜବରଦଖଲ ଅଭିଯୋଗ । ଭୁବନେଶ୍ବର ଉପକଣ୍ଠ ଘଙ୍ଗାପାଟଣାର ପ୍ରାୟ ୧୦୦ ଏକର ଜମି ବେଆଇନ ଭାବେ ହାତେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକାରୀ ଦର୍ଶାଇଥିଲେ, ବାପା ସ୍ବର୍ଗତ କଳ୍ପତରୁ ଦାସ ରାଜ୍ୟସଭା ସାଂସଦ ଥିବାରୁ କ୍ଷମତାର ଅପବ୍ୟବହାର କରି ପ୍ରଣବ ଜଙ୍ଗଲ ଜମି ନିଜ ଟ୍ରଷ୍ଟ ନାମରେ କରିନେଇଥିଲେ । ତଦନ୍ତ ପରେ ପ୍ରାୟ ୭୬ ଏକର ଜମି ଫେରିଥିଲା ।କ୍ରାଇମବ୍ରାଂଚ ମାମଲାର ତଦନ୍ତ ଦାୟିତ୍ବ ନେଇଥିଲା l

Leave a Reply

Your email address will not be published. Required fields are marked *