ସ୍କୁଲ ବସ୍ ଖସିଲା ନଦୀକୁ

ମଧ୍ୟପ୍ରଦେଶ: ଜୋହର ଗାଁ ନିକଟରେ ଏକ ସ୍କୁଲ ବସ୍ ନଦୀକୁ ଖସିପଡ଼ିବାରୁ ଅନେକ ପିଲା ଆହତ ହୋଇଥିଲେ। ସେଥି ମଧ୍ୟରୁ ୬ ଜଣ ଗୁରୁତର ଥିବା ଜଣାପଡିଥିଲା । ଖବର ଅନୁସାରେ, ଆଜି ସକାଳ ପ୍ରାୟ ୧୧ଟା ବେଳେ ୨୫ ଜଣ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ ଜାହୋଦ ନଦୀକୁ ଖସିପଡ଼ିଥିଲା। ଘଟଣା ପରେ ପ୍ରାୟ ୧.୩୦ ସମୟରେ ୬ ଜଣ ପିଲାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲା। ଭର୍ତ୍ତି ହୋଇଥିବା ୬ ଜଣ ପିଲାଙ୍କ ମଧ୍ୟରୁ ୨ ଜଣଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ବାକି ପିଲାମାନେ ପ୍ରାୟ ସୁସ୍ଥ ଅଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛି।

Leave a Reply

Your email address will not be published. Required fields are marked *