ଟି-୨୦ ସିରିଜ୍ ଜିତିଲା ଭାରତ

ଗୁଜୁରାଟ: ଦକ୍ଷିଣ ଆଫ୍ରିକା ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଶୁକ୍ରବାର ଦିନ ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ହରାଇ ୨୩୧ ରନ୍ କରିଥିଲା। ୨୩୨ ରନ୍ ଟାର୍ଗେଟ୍‌କୁ ପିଛା କରି ଦକ୍ଷିଣ ଆଫ୍ରିକା ୮ ୱିକେଟ ହରାଇ ୨୦୧ ରନ୍ କରିପାରିଥିଲା। ଦଳ ପକ୍ଷରୁ କ୍ୱିଣ୍ଟନ ଡି କକ ସର୍ବାଧିକ ୬୩ ରନ୍ କରିଥିବା ବେଳେ ଡିୱାଲ୍ଡ ବ୍ରେଭିସ ୩୧ ରନ୍, ଡେଭିଡ ମିଲର ୧୮ ଓ ଜର୍ଜ ଲିଣ୍ଡେ ୧୬ ରନ୍ କରିଥିଲେ।ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୩୦ ରନ୍‌ରେ ପରାସ୍ତ କରି ସିରିଜ୍ ୩-୧ରେ କବ୍‌ଜା କରି ନେଇଛି। ଏଥିସହିତ ଭାରତ ଲଗାତାର ଅଷ୍ଟମ ଥର ଟି-୨୦ ସିରିଜ ବିଜୟୀ ହୋଇଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱେରେ ଭାରତ ଟି-୨୦ରେ ଭଲ ପ୍ରଦର୍ଶନ ଜାରି ରଖିଛି।

Leave a Reply

Your email address will not be published. Required fields are marked *