ଭୁବନେଶ୍ୱର: ଏକ ସାମ୍ବାଦିକ ସମ୍ମିଳନୀ ରେ ପୂର୍ବତନ ଶାସନ ସଚିବ ଜନ ଜାଗରଣର ସଭାପତି ବିଜୟ ପଟ୍ଟନାୟକ ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କୁ ବେଆଇନ ଭାବେ ଟାଟା ପାୱାର ଶୋଷଣ କରୁଥିବା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଓଇଆରସି ୪ବର୍ଷ ହେବ ବିଦ୍ୟୁତ ଦର ବୃଦ୍ଧି କରିନାହିଁ । କିନ୍ତୁ ବେଆଇନ ଭାବେ ଅତିରିକ୍ତ ସିକ୍ୟୁରିଟି ପାଇଁ ପଇସା ଆଦାୟ କରୁଛି । ଏହି ସିକ୍ୟୁରିଟି ଟଙ୍କା ଆଦାୟ କରିବା ନିୟମ ବିରୁଦ୍ଧ ବୋଲି ବିଜୟ କହିଛନ୍ତି । ସେହିପରି ଟାଟା ପାୱାର ସଂଗ୍ରହ କରିଥିବା ୭୦୦୦କୋଟି ଟଙ୍କା ଉପଭୋକ୍ତାଙ୍କୁ ଫେରସ୍ତ କରିବାକୁ ଦାବି କରିଛନ୍ତି । ବିଦ୍ୟୁତ ଭିତ୍ତିଭୂମି ମରାମତି ପାଇଁ ଦିଆଯାଇଥିବା ୩୦ହଜାର କୋଟି ଟଙ୍କାର ତଦନ୍ତ କରାଯିବା ସହ ୟୁନିଟ ପିଛା ବିଦ୍ୟୁତ ଦର ସର୍ବଭାରତୀୟ ସ୍ତରରୁ ଅଧିକ ରଖିବାକୁ ଦାବି କରିଛନ୍ତି ବିଜୟ । ତେବେ ଟାଟା ପାୱାର ଓ ଉପଭୋକ୍ତାଙ୍କ ମଧ୍ୟରେ ଏକ ପାଖିଆ ରାଜିନାମା ହୋଇଥିବା ବେଳେ ଉପଭୋକ୍ତାଙ୍କ ଅଧିକାର ପାଇଁ ଓଇଆରସି ଏକ ଚାଟର ପ୍ରସ୍ତୁତ କରୁ ବୋଲି ବିଜୟ ଦାବୀ କରିଛନ୍ତି ।
ଟାଟା ପାୱାର ର ବେଆଇନ ଭାବେ ପଇସା ଶୋଷଣ
