ଜୁଲାଇ ୪ତାରିଖରେ ପଶ୍ଚିମ ଓଡିଶାକୁ ଆସିବେ ଅମିତ୍ ଶାହ

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଆସନ୍ତା ଜୁଲାଇ ୪ତାରିଖରେ ଦୁଇଦିନିଆ ପଶ୍ଚିମଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ବରଗଡ଼ ବିଜେପି ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। । ସୂଚନା ଅନୁଯାୟୀ ଜୁଲାଇ ୪ତାରିଖରେ ଗୃହମନ୍ତ୍ରୀ ଅମିତ୍ ଶାହ ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚିବେ। ସେଠାରୁ ସିଧାସଳଖ ବରଗଡ଼ ଯାଇ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ନିର୍ମିତ ଏକ ବୃହତ୍ ଇଥାନଲ୍ ରିଫାଇନାରୀ ପ୍ରକଳ୍ପର ଉଦଘାଟନ କରିବେ। ବରଗଡ଼ରେ କାର୍ଯ୍ୟକ୍ରମ ସରିବା ପରେ ସନ୍ଧ୍ୟାରେ ସମ୍ବଲପୁର ଫେରି ସେଠାରେ ରାତ୍ରିଯାପନ କରିବେ। ୫ତାରିଖରେ ସମ୍ବଲପୁରରେ ବିଶାଳ ଜନସଭାରେ ଯୋଗ ଦେଇ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ବୋଲି ଜଣାପଡ଼ିଛି। ଏହି ଗସ୍ତ ସମୟରେ ସେ ବିଜେପି ନେତାମାନଙ୍କୁ ଭେଟି ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏସବୁ କାର୍ଯ୍ୟକ୍ରମ ପରେ କେନ୍ଦ୍ରମନ୍ତ୍ରୀ ସେଠାରୁ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *