ଭୁବନେଶ୍ୱର: ଭୁବନେଶ୍ବର ଝାରପଡ଼ା ଜେଲରେ ବଢୁଛି ଏଚଆଇଭି ପଜିଟିଭ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ୮ ଜଣ ଅନ୍ତେବାସୀ ଏଚଆଇଭି ପଜିଟିଭ୍ ଥିବା ଜଣାପଡିଛି । କିଛିଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ HIV ଆକ୍ରାନ୍ତ ବୋଲି ଜଣାପଡିଛି। ଏନେଇ HIV ରୋଗୀଙ୍କ ଚିକିତ୍ସା ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ପୋକ୍ସୋ କୋର୍ଟ ଓ ଭୁବନେଶ୍ବର ଡିସିପି ଓ ଜେଲ କତୃପକ୍ଷଙ୍କୁ ଅବଗତ କରାଇଛନ୍ତି ଜଣେ କଏଦୀଙ୍କ ଆଡଭୋକେଟ୍ । ଚିଠି ଲେଖି HIV ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ଭାବେ ଜେଲ ପରିସରରେ ଧ୍ୟାନ ଦେବାକୁ ଉଲ୍ଲେଖ କରାଯାଇଛି । ସୂଚନାନୁଯାୟୀ, କିଛି ଦିନ ତଳେ ଏକ କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ମହିଳା ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜେଲ ଯିବା ପରେ ଉକ୍ତ ଅଭିଯୁକ୍ତ ଜଣକ ଏଡ୍ସ ଆକ୍ରାନ୍ତ ବୋଲି ଜଣାପଡିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ମହିଳା ଥାନା ପକ୍ଷରୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏବଂ ଭୁବନେଶ୍ୱର ଡିସିପିଙ୍କୁ ଚିଠି ଲେଖି ସାରା ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ଗୋଟିଏ ପଟେ ଦୁଷ୍କର୍ମ ଅଭିଯୁକ୍ତ ପଜିଟିଭ ବାହାରିବା ଏବଂ ଅନ୍ୟପଟେ ଜେଲ୍ରେ ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇବା ପରେ ଅନ୍ତେବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।
ଝାରପଡା ଜେଲରେ ୮ଜଣ ରୋଗୀ HIV ସଂକ୍ରମିତ
