୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଆରଟିଓ ଟ୍ରାଫିକ୍ ଇନ୍ସପେକ୍ଟର

ସୁନ୍ଦରଗଡ: ସୁନ୍ଦରଗଡ଼ ଆରଟିଓ କାର୍ଯ୍ୟାଳୟର ଟ୍ରାଫିକ୍ ଇନ୍ସପେକ୍ଟର ମୁକେଶ କୁମାର ମିଶ୍ରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ଟ୍ରକ୍ ମାଲିକଙ୍କର ଦୁଇଟି ହାଇୱା ଟ୍ରକ୍ ରହିଛି। ଗତ ଦୁଇ ମାସ ଧରି ନିଜ ଅଞ୍ଚଳରେ କୌଣସି ବାଧାବିଘ୍ନ ନକରି ଗାଡ଼ି ଚଳାଇଦେବା ପାଇଁ ଅଭିଯୁକ୍ତ ଟ୍ରାଫିକ୍ ଇନସ୍ପେକ୍ଟର ମିଶ୍ର ଟ୍ରକ୍ ମାଲିକଙ୍କୁ ମାସିକିଆ ବଟି ବାବଦକୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଟଙ୍କା ନଦେଲେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି କରାଯିବ ବୋଲି ସେ ଧମକ ଦେଇଥିଲେ। ଲାଞ୍ଚ ଦେବାକୁ ଅସମର୍ଥ ହେବାରୁ ସମ୍ପୃକ୍ତ ଟ୍ରକ୍ ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଏକ ଯୋଜନାବଦ୍ଧ ଚଢ଼ାଉ କରି ମୁକେଶ କୁମାର ମିଶ୍ରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି । ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ୩ଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି । ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍ ନମ୍ବର-୦୬/୨୦୨୬ (ଦଫା-୭ ପି.ସି. ଆମେଣ୍ଡମେଣ୍ଟ ଆକ୍ଟ,ରେ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *