ଆଜି ଲୋୟର PMGରେ ବିଜେଡିର ବିଧାନସଭା ଘେରାଉ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ବିଜେଡିର ବିଶାଳ ସମାବେଶ | ଆଇନ ପ୍ରତ୍ୟାହାର ଦାବିରେ ଦଳ ପକ୍ଷରୁ ଡାକରା ଦିଆଯାଇଥିବା ଏହି ସମାବେଶରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଜେଡି ନେତା ଓ କର୍ମୀମାନେ ଯୋଗ ଦେଇଛନ୍ତି। ଗାନ୍ଧୀ ମାର୍ଗରେ ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି। ବିଧାନସଭାରେ କକ୍ଷତ୍ୟାଗ କରି ଧାରଣାରେ ସାମିଲ ହୋଇଛନ୍ତି । ଏହି ଗଣ ଧାରଣାରେ ନବୀନ ପଟ୍ଟନାୟକ ଆହ୍ୱାନ ଦେଇ କହିଛନ୍ତି, ଓଡିଶାର ସ୍ୱାର୍ଥ ପାଇଁ ଆମେ ଏକାଠି ହୋଇଛୁ। ସାଢେ ୪ କୋଟି ଓଡିଆଙ୍କ ହକ୍ ପାଇଁ ଲଢେଇ ଜାରି ରହିବ। ଜେନ୍ ଜିଙ୍କ ସ୍ୱାର୍ଥ ପାଇଁ ଆମର ଲଢେଇ ଜାରି ରହିବ। ଜେନ ଜି ଓ ଓଡିଶାବାସୀ ଆପଣଙ୍କୁ କ୍ଷମା ଦେବେ ନାହିଁ। ଆମ ଲଢେଇରେ ସାମିଲ ହେବାକୁ ସବୁ ଦଳକୁ ଆହ୍ୱାନ କରୁଛୁ। ଏମାଟି ପାଇଁ ଏକାଠି ହେବା ଦରକାର। ଏମଏମଡିଆରକୁ ଆମ ରାଜ୍ୟରେ ଲାଗୁ କରାଇ ଦେବା ନାହିଁ। ଶେଷ ନିଶ୍ୱାସ ଯାଏଁ ଲଢିବି ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ଲୋୟର PMG ରୁ ସମାବେଶ ବିଧାନସଭା ଅଭିମୁଖେ ଯିବାର ଦଳ ପକ୍ଷରୁ କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *