ଆମ୍ ଆଦ୍‌ମୀ ପାର୍ଟି (AAP)ର ନେତାଙ୍କୁ ଗୁଳି କରି ହତ୍ୟା

ପଞ୍ଜାବ:ଜଳନ୍ଧରରେ ଶୁକ୍ରବାର ଆମ୍ ଆଦ୍‌ମୀ ପାର୍ଟି (AAP)ର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ନାଁ ଲକି ଓବେରାୟ।ଜଳନ୍ଧରର ଜନଗହଳିପୂର୍ଣ୍ଣ ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଗୁରୁଦ୍ୱାର ବାହାରେ ଘଟିଛି ଏହି ଘଟଣା। ଲକି ଓବେରାୟ କାରରେ ବସିଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ।ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଲକିଙ୍କ ଉପରକୁ ଦୁର୍ବୃତ୍ତମାନେ ଅନେକ ରାଉଣ୍ଡ ଗୁଳି ଫାୟାର କରିଥିଲେ। ଲକିଙ୍କ ଦେହରେ ୫ଟି ଗୁଳି ବାଜିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଜଳନ୍ଧରରେ ଆତଙ୍କ ଖେଳି ଯାଇଛି। ଲୋକେ ଭୟଭୀତ ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *