ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ DRP

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍ (PMFME) ଯୋଜନାରେ ଡିଷ୍ଟ୍ରିକ୍ଟ ରିସୋର୍ସ ପର୍ସନ (DRP) ରାକ୍ଷୀ ମେହେରଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ର ଜଣେ ହିତାଧିକାରୀ ବେକରି ୟୁନିଟ୍ ପାଇଁ ୮.୬୪ ଲକ୍ଷ ଟଙ୍କା ଋଣ ପାଇଥିଲେ। ଏହାର ୩୫% ସବସିଡି ଅର୍ଥାତ୍ ପ୍ରାୟ ୩.୦୨ ଲକ୍ଷ ଟଙ୍କା ପାଇବା ପାଇଁ ସେ DRPଙ୍କୁ ଫାଇଲ୍ ପ୍ରକ୍ରିୟାକରଣ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସବସିଡି ମଞ୍ଜୁରି କରିବା ପରିବର୍ତ୍ତେ ରାକ୍ଷୀ ମେହେର ୩୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ SMS ମାଧ୍ୟମରେ ସୂଚନା ମଧ୍ୟ ପଠାଇଥିଲେ। ଅନ୍ୟ କୌଣସି ଉପାୟ ନଥିବାରୁ ହିତାଧିକାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପରେ ଭିଜିଲାନ୍ସ ଟିମ୍ ଯୋଜନାମୂଳକ ଭାବେ ଜାଲ ବିଛାଇ ଅଭିଯୁକ୍ତଙ୍କୁ ଧରିଥିଲା।

Leave a Reply

Your email address will not be published. Required fields are marked *