ସମ୍ବଲପୁର: ପଶ୍ଚିମବଙ୍ଗ ଆରଜି କର ହସ୍ପିଟାଲ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଗିରଫ ହୋଇଛନ୍ତି ଟିଏମସିର ପୂର୍ବତନ ବିଧାୟକ ନିର୍ମଳ ଘୋଷ। ଆରଜି କର ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ତରବରିଆ ଭାବେ କରାଯାଇଥିବା ଅଭିଯୋଗ ଘଟଣାରେ ଆଜି ପୋଲିସ ତାଙ୍କୁ ଓଡ଼ିଶାର ସମ୍ବଲପୁରରୁ ଗିରଫ କରିଛି। ପ୍ରାମଣ ନଷ୍ଟ, ଅପରାଧିକ ଷଡ଼ଯନ୍ତ୍ର ଓ ଇଚ୍ଛା ବିରୋଧରେ ଜଣଙ୍କୁ ଗୋଟିଏ କାମ କରିବା ପାଇଁ ବାଧ୍ୟ କରିବା ଭଳି ଚାର୍ଜରେ ସମ୍ବଲପୁରରୁ ପୋଲିସ ବିଧିବଦ୍ଧ ଭାବେ ଗିରଫ କରି ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ କୋଲକାତା ନେଇଥିବା ଜଣାପଡ଼ିଛି। ନିର୍ମଳ ଘୋଷ ହେଉଛନ୍ତି ପାନିହାତୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ। ୨୦୨୬ ବିଧାନସଭା ନିର୍ବାଚନରେ ଆରଜି କର୍ ପୀଡ଼ିତାଙ୍କ ମା’କୁ ବିଜେପି ଏଠାରେ ପ୍ରାର୍ଥୀ କରିଥିଲା। ଆଉ ରତନା ଦେବନାଥ ଏଠାରୁ ବିଜୟ ହୋଇଛନ୍ତି। ରତନା ଦେବନାଥ ବିଧାୟକ ହେବା ପରେ ଆରଜି କର ଘଟଣାର ଖୋଳତାଡ଼ ପୁଣି ଆରମ୍ଭ ହୋଇଥିଲା। ସୂଚନା ଥାଉ ଯେ, ନିର୍ମଳ ଘୋଷ ଜାଣିଶୁଣି ୨୦୨୪ରେ ପୀଡ଼ିତାଙ୍କ ପରିବାର ଉପରେ ଚାପ ପକାଇ ତରବରିଆ ଭାବେ ଅନ୍ତିମ ସଂସ୍କାର ପାଇଁ ବାଧ୍ୟ କରିଥିବା ଅଭିଯୋଗ ଆସିଥିଲା। ଏଥିପାଇଁ ୨ ଦିନ ତଳେ ତାଙ୍କ ବିରୋଧରେ ପୁଲିସ୍ ଏଫଆଇଆର ରୁଜୁ କରିଥିଲା।
Related Posts
ପବନ ହଂସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
- Mysanket News
- February 24, 2026
- 0
ନୂଆଦିଲ୍ଲୀ: ଆଜି ଆଣ୍ଡମାନରେ ପବନ ହଂସ ହେଲିକପ୍ଟର ଉଡାଣ ଭରିବା ମାତ୍ରେ ସମୁଦ୍ରରେ ଖସି ପଡିଛି । ହେଲିକପ୍ଟରରେ ଅତି କମରେ ସାତ ଜଣେ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି […]
ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଧାରେ ରହିଲା ଦେବ ଦର୍ଶନ
- Mysanket News
- April 16, 2026
- 0
ନୂଆଦିଲ୍ଲୀ: ଠାକୁର ଦର୍ଶନ ପାଇଁ ଯାଉଥିବା ବେଳେ ବାଟରେ ଜଗିଥିଲା ଯମ। ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲା ଚିଲାକାଲାଡୋନାରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ […]
ଡ୍ରାଇଭିଂ ଲାଇସେନ୍ସ ଉପରେ ସରକାର ଲାଗୁ କଲେ କଡ଼ା ନିୟମ
- Mysanket News
- September 3, 2026
- 0
ନୂଆଦିଲ୍ଲୀ: ଗାଡ଼ି ଚଲାଇବା ସମୟରେ ସମସ୍ତ ଡ୍ରାଇଭରଙ୍କ ପାଇଁ ଟ୍ରାଫିକ୍ ନିୟମ ପାଳନ କରିବା ବାଧ୍ୟତାମୂଳକ। ତଥାପି ଏବେ ବି ଏପରି ଡ୍ରାଇଭର ଅଛନ୍ତି ଯେଉଁମାନେ ଟ୍ରାଫିକ୍ ନିୟମ ମାନୁନାହାଁନ୍ତି। ଯଦି ଆପଣ ମଧ୍ୟ […]
