ସମ୍ବଲପୁର: ପଶ୍ଚିମବଙ୍ଗ ଆରଜି କର ହସ୍ପିଟାଲ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଗିରଫ ହୋଇଛନ୍ତି ଟିଏମସିର ପୂର୍ବତନ ବିଧାୟକ ନିର୍ମଳ ଘୋଷ। ଆରଜି କର ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ତରବରିଆ ଭାବେ କରାଯାଇଥିବା ଅଭିଯୋଗ ଘଟଣାରେ ଆଜି ପୋଲିସ ତାଙ୍କୁ ଓଡ଼ିଶାର ସମ୍ବଲପୁରରୁ ଗିରଫ କରିଛି। ପ୍ରାମଣ ନଷ୍ଟ, ଅପରାଧିକ ଷଡ଼ଯନ୍ତ୍ର ଓ ଇଚ୍ଛା ବିରୋଧରେ ଜଣଙ୍କୁ ଗୋଟିଏ କାମ କରିବା ପାଇଁ ବାଧ୍ୟ କରିବା ଭଳି ଚାର୍ଜରେ ସମ୍ବଲପୁରରୁ ପୋଲିସ ବିଧିବଦ୍ଧ ଭାବେ ଗିରଫ କରି ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ କୋଲକାତା ନେଇଥିବା ଜଣାପଡ଼ିଛି। ନିର୍ମଳ ଘୋଷ ହେଉଛନ୍ତି ପାନିହାତୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ। ୨୦୨୬ ବିଧାନସଭା ନିର୍ବାଚନରେ ଆରଜି କର୍ ପୀଡ଼ିତାଙ୍କ ମା’କୁ ବିଜେପି ଏଠାରେ ପ୍ରାର୍ଥୀ କରିଥିଲା। ଆଉ ରତନା ଦେବନାଥ ଏଠାରୁ ବିଜୟ ହୋଇଛନ୍ତି। ରତନା ଦେବନାଥ ବିଧାୟକ ହେବା ପରେ ଆରଜି କର ଘଟଣାର ଖୋଳତାଡ଼ ପୁଣି ଆରମ୍ଭ ହୋଇଥିଲା। ସୂଚନା ଥାଉ ଯେ, ନିର୍ମଳ ଘୋଷ ଜାଣିଶୁଣି ୨୦୨୪ରେ ପୀଡ଼ିତାଙ୍କ ପରିବାର ଉପରେ ଚାପ ପକାଇ ତରବରିଆ ଭାବେ ଅନ୍ତିମ ସଂସ୍କାର ପାଇଁ ବାଧ୍ୟ କରିଥିବା ଅଭିଯୋଗ ଆସିଥିଲା। ଏଥିପାଇଁ ୨ ଦିନ ତଳେ ତାଙ୍କ ବିରୋଧରେ ପୁଲିସ୍ ଏଫଆଇଆର ରୁଜୁ କରିଥିଲା।
Related Posts
ଶୁଭେନ୍ଦୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୁଭେଚ୍ଛା
- Mysanket News
- May 8, 2026
- 0
କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବା ପରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ । ମୁଖ୍ୟମନ୍ତ୍ରୀ ମାଝୀ ନବ ନର୍ବାଚିତ ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଶୁଭେଚ୍ଛା […]
୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ; ନିରାମୟ କେନ୍ଦ୍ର ସମ୍ମୁଖରେ ଲମ୍ବା ଧାଡି
- Mysanket News
- May 20, 2026
- 0
ଭୁବନେଶ୍ୱର: ଅନଲାଇନ ଔଷଧ ବିତରଣକୁ ବିରୋଧ କରି ଦେଶର ବିଭିନ୍ନ ଘରୋଇ ଔଷଧ ଦୋକାନ ସଂଘ ଦିନିକିଆ ବନ୍ଦ ଡାକରା ଦେଇଥିଲେ, ଯାହାକୁ ଓଡ଼ିଶାରେ ସମର୍ଥନ ଦେଇଥିଲା ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍। […]
ହର୍ମୁଜରେ ନାକାବନ୍ଦୀ କଲା ଆମେରିକା ସୈନ୍ୟ
- Mysanket News
- April 14, 2026
- 0
ୱାସିଂଟନ: ଇରାନର ସମସ୍ତ ବନ୍ଦର ଓ ତଟବର୍ତ୍ତୀ କ୍ଷେତ୍ରରେ ନାକାବନ୍ଦୀ ଲାଗୁ କରିଛି ଆମେରିକା ସୈନ୍ୟ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଆମେରିକା ସେନା ଏହି ପଦକ୍ଷେପ ନେଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ […]
