ଜୁଲାଇ ୨୦୨୬ ସୁଦ୍ଧା ଉତ୍ତରାଖଣ୍ଡରୁ ମଦ୍ରାସା ବୋର୍ଡ ହେବ ଉଚ୍ଛେଦ

ନୂଆଦିଲ୍ଲୀ: ଜୁଲାଇ ୨୦୨୬ ସୁଦ୍ଧା ମଦ୍ରାସା ବୋର୍ଡକୁ ଉଚ୍ଛେଦ କରିବାକୁ ଯାଉଛନ୍ତି ଉତ୍ତରାଖଣ୍ଡ ସରକାର। ନୂତନ ବ୍ୟବସ୍ଥା ଅନୁଯାୟୀ, ଉତ୍ତରାଖଣ୍ଡ ରାଜ୍ୟ ସଂଖ୍ୟାଲଘୁ ଶିକ୍ଷା ପ୍ରାଧିକରଣ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ପରାଗ ମଧୁକର ଧକାତେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଗତ ବିଧାନସଭା ଅଧିବେଶନରେ ମଦ୍ରାସା ବୋର୍ଡକୁ ଉଚ୍ଛେଦ କରିବାର ନେଇ ଘୋଷଣା କରିଥିଲେ ।ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ କହିଥିଲେ ଯେ ଚଳିତ ବର୍ଷ ଜୁଲାଇରୁ ସମସ୍ତ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନକୁ ଉତ୍ତରାଖଣ୍ଡ ରାଜ୍ୟ ସଂଖ୍ୟାଲଘୁ ଶିକ୍ଷା ପ୍ରାଧିକରଣ ଅଧୀନକୁ ଅଣାଯିବ । ସେମାନଙ୍କର ମାନ୍ୟତା ଉତ୍ତରାଖଣ୍ଡ ସ୍କୁଲ ଶିକ୍ଷା ବୋର୍ଡ ଦ୍ୱାରା ଦିଆଯିବ ।ପରାଗ ମଧୁକର ଧକାତେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ବୋର୍ଡରେ ପ୍ରଫେସରମାନଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ନିର୍ଣ୍ଣୟ କରିବେ । ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ଶିକ୍ଷକମାନଙ୍କୁ ବୋର୍ଡରେ ସାମିଲ କରାଯାଇଛି ।

Leave a Reply

Your email address will not be published. Required fields are marked *