ନୂଆ ସେନ୍ସର ବୋର୍ଡ ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନୂଆ ସେନ୍ସର ବୋର୍ଡ ଗଠନ କରିଛନ୍ତି କେନ୍ଦ୍ର ସରକାର lଏହାର କାର୍ଯ୍ୟକାଳ ତିନି ବର୍ଷ କିମ୍ବା ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ରହିବ । ନୂତନ ସିବିଏଫସି ବୋର୍ଡରେ ଚଳଚ୍ଚିତ୍ର, ଟେଲିଭିଜନ, ସଙ୍ଗୀତ, ସାହିତ୍ୟ ଏବଂ କଳା ଜଗତର ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସାମିଲ କରାଯାଇଛି । ୧୮ ସଦସ୍ୟ ବିଶିଷ୍ଟ ବୋର୍ଡରେ ଅଭିନେତା ମନୋଜ ଯୋଶୀ, ନିର୍ମାତା ପ୍ରିୟଦର୍ଶନ, ସୁନୀଲ ସେଟ୍ଟୀ, ପ୍ରୀତି ଜିଣ୍ଟା, ପଙ୍କଜ ତ୍ରିପାଠୀ ଏବଂ ପ୍ରୋସେନଜିତ୍ ଚାଟାର୍ଜୀ ଅଛନ୍ତି । ଏହି ବୋର୍ଡରେ ସଂଗୀତଜ୍ଞ ରିକି କେଜ୍, ଅଭିନେତା ଏବଂ ସାଂସଦ ହଂସରାଜ ହଂସ, ଅଭିନେତ୍ରୀ ରୂପାଲି ଗାଙ୍ଗୁଲି, ଚଳଚ୍ଚିତ୍ର ନିର୍ମାତା ନୀଳ ମାଧବ ପଣ୍ଡା, ଅଭିନେତ୍ରୀ ପଲ୍ଲବୀ ଯୋଶୀ ଏବଂ ନିଶିଗନ୍ଧା ୱାଡଙ୍କୁ ମଧ୍ୟ ବୋର୍ଡରେ ନିଯୁକ୍ତ କରାଯାଇଛି । ବିନୋଦ ଅନୁପମ, ଅଭିଷେକ ଜୈନ, ସୁପ୍ରିୟା ୟାରଲାଗଡ୍ଡା, ଯତୀନ୍ଦ୍ର ମିଶ୍ର, ବାମନ କେନ୍ଦ୍ରେ ଏବଂ ରମେଶ ପତଙ୍ଗେଙ୍କୁ ମଧ୍ୟ ସିବିଏଫସିର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି । ନୂତନ ବୋର୍ଡରେ ମନୋରଞ୍ଜନ ଏବଂ କଳା ଜଗତର ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯାଇଛି ।ଏହି ନୂତନ ଗଠିତ ବୋର୍ଡ ତୁରନ୍ତ କାର୍ଯ୍ୟକାରୀ ହେବ ।ସିବିଏଫସି ହେଉଛି ଭାରତର ଏକ ବୈଧାନିକ ସଂସ୍ଥା ଯାହା ସାର୍ବଜନୀନ ପ୍ରଦର୍ଶନ ପାଇଁ ଚଳଚ୍ଚିତ୍ରଗୁଡ଼ିକୁ ପ୍ରମାଣପତ୍ର ଦିଏ l

Leave a Reply

Your email address will not be published. Required fields are marked *