କଟକ: କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୪ ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିଆନସିପ୍ ୨୦୨୬ର ଶୁଭାରମ୍ଭ ହୋଇଯାଇଛି । କ୍ରାଉମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ । ତେବେ ଏହି ଚାମ୍ପିଆନସିପ୍ରେ ସାରା ରାଜ୍ୟର ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ ୩୬ଟି ପୋଲିସ ଟିମ୍ ଅଂଶଗ୍ରହଣ କରିଛନ୍ତି । ମୋଟ ୫୦୨ ଖେଳାଳି ସାମିଲ ହୋଇଛନ୍ତି । ସେଥିମଧ୍ୟରେ ୪୨୭ ପୁରୁଷ ଓ ୭୫ ମହିଳା ଏହି ଚାମ୍ପିୟନସିପରେ ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ରାଜ୍ୟସ୍ତରୀୟ କ୍ରୀଡା ମାଧ୍ୟମରେ ଓଡ଼ିଶା ପୋଲିସର କାର୍ଯ୍ୟରତ କର୍ମଚାରୀମାନେ ନିଜ ଶାରୀରିକ ଓ ମାନସିକ ଦକ୍ଷତାକୁ ପ୍ରତିପାଦିତ କରିବାର ଏକ ସୁଯୋଗ ବୋଲି କହିଥିଲେ କ୍ରାଇମ୍ ବ୍ରାଞ୍ଚ ଡି ଜି ବିନୟତୋଶ ମିଶ୍ର ।
Related Posts
ଅନଲାଇନ୍ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ।
- Mysanket News
- August 22, 2026
- 0
ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରେ ଅନଲାଇନ୍ ଗାଡ଼ି ଚାଳକ ସଂଘର ହିଂସାତ୍ମକ ଆନ୍ଦୋଳନ ଘଟଣାରେ କମିଶନରେଟ୍ ପୋଲିସ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ଖାରବେଳନଗର ଥାନା ପୋଲିସ ଗତକାଲି […]
୧୬ତମ ନିଯୁକ୍ତି ମେଳା: ୧୩୨୬ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତିପତ୍ର
- Mysanket News
- August 10, 2026
- 0
ଭୁବନେଶ୍ୱର: ୧୬ତମ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ରେଳ ଅଡିଟୋରିୟମରେ ନିଯୁକ୍ତ ପତ୍ର ପ୍ରଦାନ କରିଛନ୍ତି । ସେ ୯ଟି ବିଭାଗରେ ନବ ନିଯୁକ୍ତ ୧୩୨୬ ଜଣ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି […]
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ହଜିବା ଘଟଣା: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ବିଜେଡି
- Mysanket News
- June 8, 2026
- 0
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ଫାଇଲ ହଜିଯାଇଥିବା କଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିବା ପରେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ବିଜେଡି l ନୟାଗଡ଼ର ବିଜେଡି କାର୍ଯ୍ୟାଳୟରେ ଏକ ପ୍ରେସ ବିବୃତ୍ତିରେ ବିଜେଡି […]
