ବ୍ରହ୍ମଗିରି : ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ସରୋଜିନୀ ତରାଇ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରୋଜିନୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ବିଜେଡି ମୁଖ୍ୟାଳୟ ଉପସଭାପତି ପ୍ରତାପ ଜେନା । ସରୋଜିନୀ ତରାଇ ବିଜେଡି ଛାଡି ବିଜେପିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ।ଗତ ଶୁକ୍ରବାର ଦିନ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କିଛି ବିଜେଡି ନେତା ଏବଂ କୃଷ୍ଣପ୍ରସାଦ ବ୍ଲକର ଦୁଇଜଣ ସମିତି ସଭ୍ୟ ବିଜେପିରେ ଯୋଗ ଦେଇଥିଲେ । ସେହିପରି ସାଧାରଣ ନିର୍ବାଚନ ଆଗରୁ ବ୍ଲକ ଉପାଧ୍ୟାକ୍ଷା ମଧ୍ୟ ବିଜେପିରେ ଯୋଗ ଦେଇ ସାରିଥିଲେ । ତେଣୁ ଅଧକ୍ଷା ନିଜର ଆସନ ବଞ୍ଚାଇବା ପାଇଁ ବିଜେପିରେ ମିଶିବାକୁ ଚାଁହୁଥିଲେ । ତେବେ କିଛି ବିଜେପି ନେତାଙ୍କ ବିରୋଧ ଯୋଗୁଁ ମିଶି ପାରିନଥିଲେ ସରୋଜିନୀ । ଯାହାକୁ ନେଇ ଆଜି ସରୋଜିନାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।
Related Posts
କ୍ୟାବିନେଟ ବୈଠକରେ ୮ ପ୍ରସ୍ତାବକୁ ମଞ୍ଜୁରୀ
- Mysanket News
- April 23, 2026
- 0
ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୯ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ୮ ଟି […]
ପୋଖରୀକୁ ଖସି ପଡ଼ିଲା ବରଯାତ୍ରୀ କାର୍, ୫ ମୃତ
- Mysanket News
- July 23, 2026
- 0
ଢେଙ୍କାନାଳ: ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ସଦର ଥାନା ଛାଟିଆ ଗ୍ରାମରେ ଏକ ବରଯାତ୍ରୀ କାର୍ ଭାରସାମ୍ୟ ହରାଇ ପୋଖରୀରେ ବୁଡ଼ି ଯାଇଥିଲା । ଗାଡ଼ିରେ ୭ ଜଣ ଯୁବକ ରହିଥିବା ବେଳେ ୨ […]
ବିଜେଡି ର ୮ ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା
- Mysanket News
- May 5, 2026
- 0
ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ନୂଆ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଛି । ମୋଟ ୮୯ ଜଣ ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ରହିଛନ୍ତି । […]
