ଭୁବନେଶ୍ୱର:ମଦ କାଉଣ୍ଟର ପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇଛି । ଜୁନ୍ ୨ ତାରିଖ ସୁଦ୍ଧା ଲଟେରୀ ମାଧ୍ୟମରେ କେଉଁ ମଦ ଦୋକାନ କାହାକୁ ମିଳିବ ତାହା ଫାଇନାଲ ହେବ । ଗୋଟିଏ ମଦ ଦୋକାନ ପାଇଁ ଜଣେ ଆବେଦନକାରୀ ୩ ଲକ୍ଷ ଟଙ୍କା ଲେଖାଏଁ ଡିପୋଜିଟ୍ କରିଛନ୍ତି । ନିୟମ ଅନୁସାରେ ଏହି ଟଙ୍କା ନନ୍ ରିଫଣ୍ଡେବଲ ବା ଫେରସ୍ତ ହେବ ନାହିଁ । ତେବେ ରାଜ୍ୟରେ ମୋଟ ୧୨ଶହ ମଦ ଦୋକାନ ପାଇଁ ଆପ୍ଲିକେସନ ଫି ବାବଦକୁ ପ୍ରାୟ ୮ଶହ କୋଟି ଟଙ୍କା ଆଦାୟ ହୋଇଥିବା ଜଣାପଡ଼ିଛି । ଲଟେରୀ ବ୍ୟବସ୍ଥା ପାଇଁ ଏଥର ଅବକାରୀ ବିଭାଗର ଆୟ ୧୦ହଜାର କୋଟି ଟଙ୍କା ଡେଇଁବ ବୋଲି ଆକଳନ କରାଯାଉଛି । ଏଥର ଲଟେରି ମାଧ୍ୟମରେ ଆବଣ୍ଟନ ହେବ ମଦ କାଉଣ୍ଟର । ଏଥି ପାଇଁ ଆବେଦନ ପ୍ରକ୍ରିୟା ପ୍ରାୟ ଶେଷ ହୋଇଛି । ଜୁନ୍ ୨ ତାରିଖ ସୁଦ୍ଧା ଲଟେରୀ ମାଧ୍ୟମରେ କେଉଁ ମଦ ଦୋକାନ କାହାକୁ ମିଳିବ ତାହା ଫାଇନାଲ ହେବ ।
ମଦ ଦୋକାନ ପାଇଁ ଆବେଦନ:ଆଦାୟ ହେଲାଣି ପ୍ରାୟ ୮୦୦ କୋଟି ଟଙ୍କା
