ସଚିନଙ୍କ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ: ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ lମାତ୍ର ୧୫ ବର୍ଷ ୯୯ ଦିନ ବୟସରେ ବୈଭବ ସୂର୍ଯ୍ୟବଂଶୀ ଭାରତ ପାଇଁ ଡେବ୍ୟୁ କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ସେ ଭାରତ ପକ୍ଷରୁ ସବୁଠାରୁ କମ୍ ବୟସରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ରେକର୍ଡ ନିଜ ନାମରେ କରିଛନ୍ତି।ଏହାପୂର୍ବରୁ ଏହି ରେକର୍ଡ ମହିଳା କ୍ରିକେଟର ଶେଫାଲି ବର୍ମାଙ୍କ ନାଁରେ ଥିଲା। ସେ ୨୦୧୯ରେ ୧୫ ବର୍ଷ ୨୩୯ ଦିନ ବୟସରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ପୁରୁଷ କ୍ରିକେଟରେ ବୈଭବ ଏବେ ସଚିନଙ୍କ ରେକର୍ଡକୁ ମଧ୍ୟ ଅତିକ୍ରମ କରିଛନ୍ତି। ସଚିନ ୧୬ ବର୍ଷ ବୟସରେ ଭାରତୀୟ ଦଳରେ ପଦାର୍ପଣ କରିଥିଲେ l ୩୬ ବର୍ଷରୁ ଅଧିକ ସମୟ ଧରି ସେହି ରେକର୍ଡ ତାଙ୍କ ନାଁରେ ରହିଥିଲା। ହେଲେ ଏବେ ବୈଭବ ଏହାକୁ ଅତିକ୍ରମ କରି ଯାଇଛନ୍ତି।ଶନିବାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ମୈଦାନକୁ ଓହ୍ଲାଇବା ସହ ସେ ଭାରତ ପାଇଁ ସବୁଠାରୁ କମ୍ ବୟସରେ ଆନ୍ତର୍ଜାତୀୟ ଡେବ୍ୟୁ କରିଥିବା ଖେଳାଳି ପାଲଟିଛନ୍ତି।ଗତ କିଛି ଦିନ ହେବ ପ୍ରଶଂସକ ଏବଂ ପୂର୍ବତନ ଖେଳାଳିମାନେ ବୈଭବଙ୍କୁ ସୁଯୋଗ ଦେବାକୁ ଦାବି କରୁଥିଲେ।

Leave a Reply

Your email address will not be published. Required fields are marked *