କଟକ: କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୪ ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିଆନସିପ୍ ୨୦୨୬ର ଶୁଭାରମ୍ଭ ହୋଇଯାଇଛି । କ୍ରାଉମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ । ତେବେ ଏହି ଚାମ୍ପିଆନସିପ୍ରେ ସାରା ରାଜ୍ୟର ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ ୩୬ଟି ପୋଲିସ ଟିମ୍ ଅଂଶଗ୍ରହଣ କରିଛନ୍ତି । ମୋଟ ୫୦୨ ଖେଳାଳି ସାମିଲ ହୋଇଛନ୍ତି । ସେଥିମଧ୍ୟରେ ୪୨୭ ପୁରୁଷ ଓ ୭୫ ମହିଳା ଏହି ଚାମ୍ପିୟନସିପରେ ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ରାଜ୍ୟସ୍ତରୀୟ କ୍ରୀଡା ମାଧ୍ୟମରେ ଓଡ଼ିଶା ପୋଲିସର କାର୍ଯ୍ୟରତ କର୍ମଚାରୀମାନେ ନିଜ ଶାରୀରିକ ଓ ମାନସିକ ଦକ୍ଷତାକୁ ପ୍ରତିପାଦିତ କରିବାର ଏକ ସୁଯୋଗ ବୋଲି କହିଥିଲେ କ୍ରାଇମ୍ ବ୍ରାଞ୍ଚ ଡି ଜି ବିନୟତୋଶ ମିଶ୍ର ।
Related Posts
ନୂଆ କାର୍ଯ୍ୟାଳୟ “ସେବା ତୀର୍ଥ” ରେ ୪ ବଡ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ
- Sanket News
- February 14, 2026
- 0
ନୂଆଦିଲ୍ଲୀ:ସେବା ତୀର୍ଥରେ ପ୍ରଥମ ଥର ପାଇଁ ମୋଦି ଗୁରୁତ୍ୱପୂର୍ଣ୍ଣ ଫାଇଲରେ ସ୍ବାକ୍ଷର କରିଛନ୍ତି। ଏହି ନିଷ୍ପତ୍ତିଗୁଡ଼ିକ ସେବାର ଭାବନାରେ ପରିପୂର୍ଣ୍ଣ ଏବଂ ମହିଳା, ଯୁବକ, ଚାଷୀ ଏବଂ ଦୁର୍ବଳ ଗୋଷ୍ଠୀ ସମେତ ସମାଜର ପ୍ରତ୍ୟେକ […]
ବାଲ୍ୟ ବିବାହ ମୁକ୍ତ ହେଲା ଦେବଗଡ଼ ଜିଲ୍ଲା
- Mysanket News
- February 19, 2026
- 0
ଭୁବନେଶ୍ୱର: ପୂର୍ବରୁ ରାଜ୍ୟରେ ଗଞ୍ଜାମ ଓ ଗଜପତି ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଥିବାବେଳେ ଏବେ ଦେବଗଡ଼ ତୃତୀୟ ଜିଲ୍ଲା ଭାବେ ଏ ମାନ୍ୟତା ପାଇବାକୁ ଯାଉଛି । ୨୦୩୦ ସୁଦ୍ଧା ଓଡ଼ିଶା ହେବ […]
ମଙ୍ଗଳବାର ଶୁଭାରମ୍ଭ ହେବ ‘ସମ୍ବନ୍ଧ’ ମେଗା ସମବାୟ ଅଭିଯାନ
- Mysanket News
- August 30, 2026
- 0
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧ ତାରିଖରେ (ମଙ୍ଗଳବାର) ରାଜ୍ୟର ସମବାୟ କ୍ଷେତ୍ରର ସମ୍ପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ମେଗା ସମବାୟ ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିବେ । ମେଗା […]
