ସରକାର-ଓମ୍‌ସା ଆଲୋଚନା ସଫଳ, ଆନ୍ଦୋଳନରୁ ଓହରିଲେ ଡାକ୍ତର

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଡାକ୍ତର ଆନ୍ଦୋଳନ ଶେଷରେ ସ୍ଥଗିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କ ସହ ଓଡ଼ିଶା ମେଡିକାଲ ସର୍ଭିସ୍‌ ଆସୋସିଏଶନ (ଓମ୍‌ସା)ର ପ୍ରତିନିଧିମାନଙ୍କ ଆଲୋଚନା ସଫଳ ହେବା ପରେ ଡାକ୍ତରମାନେ ଆଜି ଠାରୁ କାର୍ଯ୍ୟରେ ଯୋଗ ଦେବେ । ଓମ୍‌ସାର ୧୩ ଦଫା ଦାବି ଉପରେ ଗଭୀର ଆଲୋଚନା ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କମିଟିରେ ସ୍ୱାସ୍ଥ୍ୟ, ସାଧାରଣ ପ୍ରଶାସନ (ଜିଏ), ଅର୍ଥ ଓ ଆଇନ ବିଭାଗର ସଚିବମାନେ ସଦସ୍ୟ ରହିବେ। ଆସନ୍ତା ୨୨ ତାରିଖରେ କମିଟିର ପ୍ରଥମ ବୈଠକ ବସିବ ଏବଂ ଡାକ୍ତରମାନଙ୍କ ସମସ୍ତ ଦାବି ଉପରେ ପର୍ଯ୍ୟାୟକ୍ରମେ ଆଲୋଚନା କରାଯିବ। ସୂଚନା ଥାଉ କି, ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ, ସେବା ସର୍ତ୍ତର ସୁଧାର ଓ ଅନ୍ୟାନ୍ୟ ଦାବି ନେଇ ବୁଧବାରଠାରୁ ଓମ୍‌ସା ଆନ୍ଦୋଳନ ଆରମ୍ଭ କରିଥିଲା। ସରକାରଙ୍କ ପକ୍ଷରୁ ଦରମା ବନ୍ଦ ଏବଂ ବହିଷ୍କାର ଭଳି କଠୋର ପଦକ୍ଷେପର ସତର୍କବାଣୀ ଦିଆଯାଇଥିଲେ ମଧ୍ୟ ଡାକ୍ତରମାନେ ନିଜ ଦାବିରେ ଅଟଳ ରହିଥିଲେ।

Leave a Reply

Your email address will not be published. Required fields are marked *