CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: SIR ପ୍ରସଙ୍ଗରେ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ପାଇଁ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ଦାବି ଉଠିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି । ନବୀନ କହିଛନ୍ତି, SIR ପ୍ରସଙ୍ଗରେ ପୁଣି ଥରେ ସମୀକ୍ଷା ହେବା ଦରକାର । ବିଜେଡି ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ଇସ୍ତଫା ଦାବି କରୁଛି । ବିଜେଡି SIR ପ୍ରକ୍ରିୟା ବିରୋଧରେ ସବୁବେଳେ କହି ଆସିଛି । ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, SIR ଫେକ୍ ଲୋକଙ୍କ ନାଁ ହିଁ କେବଳ କଟୁଛି । ଯଦି କାହାର ନାଁ କଟିଛି ତାହାଲେ ତାଙ୍କ ପାଇଁ ଅପିଲ୍ କରିବାର ସମୟ ମଧ୍ୟ ରହିଛି । ଏଥିରେ କୌଣସି ତ୍ରୁଟି ନାହିଁ ବୋଲି କହିଛି ବିଜେପି ।

Leave a Reply

Your email address will not be published. Required fields are marked *