IPL 2026 କାର୍ଯ୍ୟସୂଚୀ ଘୋଷଣା କଲା BCCI

ଦିଲ୍ଲୀ-ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ l ଚଳିତ ସିଜିନ୍‌ର ମ୍ୟାଚ୍‌ଗୁଡ଼ିକ ମୋଟ ୧୨ଟି ସହରରେ ଆୟୋଜିତ ହେବ। ସେଗୁଡ଼ିକ ହେଲା: ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଦିଲ୍ଲୀ, ଅହମ୍ମଦାବାଦ, ହାଇଦ୍ରାବାଦ, ଲକ୍ଷ୍ନୌ, ଜୟପୁର, ଧର୍ମଶାଳା, ରାୟପୁର ଏବଂ ନ୍ୟୁ ଚଣ୍ଡିଗଡ଼।
ଘୋଷଣା ହୋଇଥିବା କାର୍ଯ୍ୟସୂଚୀ:
୮ଟି ଡବଲ ହେଡର୍‌: ଏହି ସିଜିନ୍‌ରେ ମୋଟ ୮ଟି ଡବଲ ହେଡର୍‌ ମ୍ୟାଚ ଖେଳାଯିବ।ଦ୍ୱିପ୍ରହର ମ୍ୟାଚ ୩:୩୦ରେ ଏବଂ ସନ୍ଧ୍ୟା ମ୍ୟାଚ ୭:୩୦ରେ ଆରମ୍ଭ ହେବ।

ଘରୋଇ ଗ୍ରାଉଣ୍ଡରେ ପରିବର୍ତ୍ତନ:
ପଞ୍ଜାବ କିଙ୍ଗସ: ଏହି ଦଳ ଧର୍ମଶାଳାରେ ୩ଟି ମ୍ୟାଚ୍‌ ଏବଂ ବାକି ମ୍ୟାଚ୍‌ ନ୍ୟୁ ଚଣ୍ଡିଗଡ଼ରେ ଖେଳିବ।
RCB: ବେଙ୍ଗାଲୁରୁ ସହିତ ରାୟପୁରକୁ ମଧ୍ୟ ନିଜର ଦ୍ୱିତୀୟ ଘରୋଇ ମୈଦାନ ଭାବେ ବ୍ୟବହାର କରିବ RCB।
ରାଜସ୍ଥାନ ରୟାଲ୍ସ:ଜୟପୁର ସମେତ ଗୁଆହାଟୀରେ ମଧ୍ୟ କିଛି ମ୍ୟାଚ ଖେଳିବ।
ପ୍ଲେ-ଅଫ: ଲିଗ ପର୍ଯ୍ୟାୟ ମେ ୨୪ ତାରିଖରେ ଶେଷ ହେବ। ତେବେ ପ୍ଲେ-ଅଫ ଏବଂ ଫାଇନାଲ୍‌ର ତାରିଖ ପରେ ଘୋଷଣା କରାଯିବ।

Leave a Reply

Your email address will not be published. Required fields are marked *