ନୂଆଦିଲ୍ଲୀ: ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ସିଜନ୍ ୫ ର ବିଜେତା ହୋଇଛନ୍ତି ରିତେଶ ପାଲ୍। ଟ୍ରଫି ସହିତ ତାଙ୍କୁ ୧୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ମିଳିଛି। ୧୯ ବର୍ଷୀୟ ରିତେଶ ହେଉଛନ୍ତି ଛତିଶଗଡ଼ ରାୟପୁରର ବାସିନ୍ଦା। ଅର୍ଥ ଅଭାବରୁ ସେ ଏକ ସେଲୁନରେ କାମ କରୁଥିଲେ । ଏହି ଶୋ’ର ବିଚାରକ କରିସ୍ମା କପୁର, ଜାଭେଦ୍ ଜାଫେରୀ, ଗୀତା କପୁର ଏବଂ ଟେରେନ୍ସ ଲୁଇସ୍ଙ୍କ ଉପସ୍ଥିତିରେ ଗ୍ରାଣ୍ଡ୍ ଫିନାଲେ ହୋଇଥିଲା । ଗ୍ରାଣ୍ଡ ଫିନାଲେରେ ସ୍ପେଶାଲ ଗେଷ୍ଟ ଭାବେ ଜ୍ୟାକି ଶ୍ରଫ୍, ତମନ୍ନା ଭାଟିଆ ଓ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ଉପସ୍ଥିତ ଥିଲେ । ବିଜୟୀ ହେବା ପରେ ରିତେଶ ସମସ୍ତ ବିଚାରକ ଓ ତାଙ୍କର କୋରିଓଗ୍ରାଫର୍ ର ତଥା ମେଣ୍ଟର ପ୍ରତୀକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ସିଜିନ୍ ୫ର ବିଜେତା ହେଲେ ରିତେଶ ପାଲ୍
