LPU ରେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ଆତ୍ମହତ୍ୟା ଗୁଜବ,ଗୁଜବକୁ ନେଇ କ୍ୟାମ୍ପସରେ ଉତ୍ତେଜନା

ନୂଆଦିଲ୍ଲୀ: ପଂଜାବ ଲଭଲୀ ପ୍ରଫେସନାଲ ୟୁନିଭର୍ସିଟିରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ପରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ଗୁଜବ ପ୍ରମାଣିତ ହେବା ପରେ ଗତକାଲି ବିଳମ୍ବିତ ରାତିରୁ କ୍ୟମ୍ପସରେ ଉତେଜନା ଦେଖିବାକୁ ମିଳିଥିଲା । ଛାତ୍ରୀ ହଷ୍ଟେଲ ଆଗରେ ଶହ ଶହ ଆନ୍ଦୋଳନକାରୀ ଏକାଠି ହୋଇଥିଲେ । ଗୁଜବରୁ ଧିରେ ଧିରେ ହିସାତ୍ମକ ରୂପ ନେଲା ଆନ୍ଦୋଳନ । ଆନ୍ଦୋଳନକାରୀ ଛାତ୍ରଛାତ୍ରୀ କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା କରିବା ସହ କିଛି ସ୍ଥାନରେ ନିଆଁ ଲଗାଇଦେଲେ । ଗତକାଲି ରାତିରୁ କ୍ୟାମ୍ପସରେ ଚାଲିଥିବା ଏହି ଆନ୍ଦୋଳନ ରାଜରାସ୍ତାରେ ପହଂଚିଗଲା । ଗୋଟିଏ ଗୋଷ୍ଠୀ ସ୍ଲୋଗାନ ଦେଇ ନ୍ୟାୟ ଦାବିରେ ପ୍ରତିବାଦ କରୁଥିଲେ । ଅନ୍ୟ ଏକ ଗୋଷ୍ଠୀ କ୍ୟାମ୍ପସ ଭିତରେ ଝରକା କାଚ ଭାଙ୍ଗି ଫୁଲକୁଣ୍ଡ ଫିଙ୍ଗା ଫୋପଡା କରିଥିବା ଦେଖିବାକୁ ମିଳିଥିଲା । ଜଳନ୍ଧର-ଫାଗଉଆଡା ଜାତୀୟ ରାଜପଥ ଅବରୋଧ କରିଥିଲେ, ଫଳରେ ଟ୍ରାଫିକ୍ ଜାମ୍ ସ୍ଥିତି ଦେଖିବାକୁ ମିଳିଥିଲା । ବିଶ୍ୱବିଦ୍ୟାଳୟରେ କାମ କରୁଥିବା ଜଣେ ଶ୍ରମିକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ଏହାକୁ ଗୁଜବ ବୋଲି କହିଛି । ଜଳନ୍ଧର ରେଂଜର ଡିଆଇଜି ଏନେଇ ସ୍ପଷ୍ଟିକରଣ ରଖିଛନ୍ତି । ସେପଟେ କିନ୍ତୁ ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ୟୁନିଭର୍ସିଟି ପକ୍ଷରୁ ଏକ ନୋଟିସ୍ ଜାରି ହୋଇଛି ଯେ ସେମିତି କିଛି ଅଘଟଣ ଘଟିନାହିଁ ଆପଣମାନେ କ୍ୟାମ୍ପସରେ ସୁରକ୍ଷିତ ଅଛନ୍ତି । ସୋସିଆଲ ମିଡିଆରେ ଘୁରୁଥିବା ଖବର ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ନୋଟିସ୍ ଜାରି କରିଥିଲେ କଲେଜ କତୃ ର୍ପ କ୍ଷ । ଖବର ଗୁଜ ବୋଲି ଜଣାପଡିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି |

Leave a Reply

Your email address will not be published. Required fields are marked *