ବିଲ୍ଡରଙ୍କୁ ହତ୍ୟା ଧମକ ଦେଇ ସୁପାରି କିଲର ଗିରଫ:ମୁଖ୍ୟ ଅଭିଯୁକ୍ତ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର:ରାଜଧାନୀରେ ପୁଣି ଦାଦାବଟି ଗ୍ୟାଙ୍ଗ୍ ସକ୍ରିୟ ହୋଇଛନ୍ତି lପ୍ରତିଷ୍ଠିତ ବ୍ୟବସାୟୀ, ଶିଳ୍ପପତି, ବିଲ୍ଡରଙ୍କୁ ଟାର୍ଗେଟ୍ କରି ବଟି ପାଇଁ ଧମକାଉଛନ୍ତି। ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ସୁପାରିକିଲର ତଥା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅରୁଣ ସେଠୀ(୩୬)କୁ ଗିରଫ ପରେ ଘଟଣା ପଦାକୁ ଆସିଛି। ପୁଲିସ ତାଠାରୁ ମାରଣାସ୍ତ୍ର ଜବତ କରିଛି। ଉଦ୍‌ବେଗର ବିଷୟ ଯେ ବଣ୍ଟି ଟୁଙ୍ଗା ନାମକ ଜଣେ ବ୍ୟକ୍ତି ଜଣେ ବିଲ୍ଡରଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିବା କଥା ଜଣାପଡ଼ିଛି ସେ ବ୍ୟକ୍ତି ଜଣଙ୍କ କିଏ? କେବଳ ଏହି ବଟି ପାଇଁ ଅଫିସ୍‌କୁ ଗୁଣ୍ଡା ପଠାଇଥିଲା, ନା ପୂର୍ବରୁ ଅନ୍ୟମାନଙ୍କ ଠାରୁ ବଟି ଆଦାୟ ପାଇଁ ଅପରାଧୀଙ୍କୁ ସୁପାରି ଦେଇଛି। ପୁଲିସ ତାକୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରି ନାହିଁ ? ତାକୁ ନେଇ ମାଳ ମାଳ ପ୍ରଶ୍ନ ସୃଷ୍ଟି ହୋଇଛି lସୂଚନା ମୁତାବକ, କିଛିଦିନ ତଳେ ସତ୍ୟବ୍ରତ ଦାସ ନାମକ ଜଣେ ବ୍ୟକ୍ତି ବିଲ୍ଡର ପ୍ରଦୀପ ମିଶ୍ରଙ୍କୁ କହିଥିଲେ ଯେ କିଛି ଅସାମାଜିକ ଲୋକ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ପ୍ରଦୀପ ଓ ତାଙ୍କ ପରିବାର ପ୍ରତି ବିପଦ ଥିବା ମଧ୍ୟ ଜଣାଇଥିଲେ | ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରଦୀପଙ୍କୁ ରାସ୍ତାରୁ ହଟାଇବା ପାଇଁ ବଣ୍ଟି ଟୁଙ୍ଗା ନାମକ ଜଣେ ବ୍ୟକ୍ତି କିଛି ସୁପାରିକିଲରଙ୍କୁ ୫ଲକ୍ଷ ଟଙ୍କା ସୁପାରି ଦେଇଛନ୍ତି ଏସବୁ କଥା ଜାଣିବା ସତ୍ତ୍ବେ ପ୍ରଦୀପ ଘଟଣାକୁ ଗୁରୁତ୍ବ ଦେଇନଥିଲେ | ହେଲେ ଗତ ୨୪ ତାରିଖ ଦିନ ପ୍ରାୟ ୧.୧୦ ସମୟରେ ପ୍ରଦୀପ ଅଫିସ୍‌ରେ ନଥିବା ବେଳେ ଅରୁଣ ହାତରେ ମାରଣାସ୍ତ୍ର ଧରି ବିଜେବିନଗର ହାଟ ପାଖରେ ଥିବା ତାଙ୍କ ଅଫିସ୍‌କୁ ପଶିଥିଲା ଏବଂ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହିତ ଅଫିସ୍‌ରେ ଆସବାବପତ୍ର ଭଙ୍ଗାରୁଜା କରିଥିଲା। ୧୦ଲକ୍ଷ ଟଙ୍କା ବଟି ନଦେଲେ ପ୍ରଦୀପଙ୍କୁ ହତ୍ୟା କରା‌ଯିବ ବୋଲି ଧମକଚମକ ଦେଇଥିଲା । ହେଲେ ଜଣେ କର୍ମଚାରୀ ଚତୁରତାର ସହ ପ୍ରଦୀପଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପ୍ରଦୀପ ତୁରନ୍ତ ପୁଲିସକୁ ଫୋନ୍‌କରି ଜଣାଇବା ପରେ ପୁଲିସ ଟିମ୍ ସେଠାରେ ପହଞ୍ଚି ଚଢ଼ଉ କରି ଅରୁଣକୁ କାବୁ କରିଥିଲା। ଥାନାକୁ ଆଣି ଜେରା ବେଳେ ବଣ୍ଟି ତାକୁ ସୁପାରି ଦେଇଥିବା କଥା ସ୍ଵୀକାର କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ଆଜି ତାକୁ କୋର୍ଟ ଚାଲାଣ କରିଛି , ହେଲେ ଏଠି ପ୍ରଶ୍ନ ଉଠୁଛି ପୋଲିସ ସବୁ ଜାଣିବା ପରେ ମଧ୍ୟ କାହାର ଚାପରେ ଏପର୍ଯ୍ୟନ୍ତ ଅଭିଯୁକ୍ତ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ଯଦି ଆଗକୁ କୌଣସି ଅଘଟଣ ଘଟେ ତେବେ ତା ପାଇଁ ଦାୟୀ କିଏ ରହିବ , ଏପରି ମଧ୍ୟ ଶୁଣିବାକୁ ମିଳୁଛି ଯେଅଭିଯୁକ୍ତ ବଣ୍ଟି ଟୁଙ୍ଗା ଲକ୍ଷ୍ମୀ ସାଗର ଥାନାକୁ ପ୍ରାୟ ଯିବା ଆସିବା କରୁଛି କିନ୍ତୁ ତା ଉପରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ l

Leave a Reply

Your email address will not be published. Required fields are marked *