ରାଜଧାନୀରେ ପରିବାର ଲୋକଙ୍କ ଆଗରେ ଯୁବକଙ୍କୁ ପିଟିପିଟି ହତ୍ୟା

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ଛକ ନିକଟରେ ବିଳମ୍ବିତ ରାତିରେ ତିନିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଜଣେ ଯୁବକଙ୍କୁ ତାଙ୍କ ପରିବାର ଲୋକଙ୍କ ସାମ୍ନାରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ, ବିଳମ୍ବିତ ରାତିରେ ତିନିଜଣ ମୁଖାପିନ୍ଧା ଦୁର୍ବୃତ୍ତ ହଠାତ୍ ଯୁବକଙ୍କ ଘର ନିକଟରେ ପହଞ୍ଚି ତାଙ୍କୁ ଟାର୍ଗେଟ କରିଥିଲେ। ପରିବାର ଲୋକେ ବାଧା ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ସେମାନଙ୍କୁ ଧମକ ଦେଇ ଯୁବକଙ୍କୁ ଲୁହା ରଡ୍ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ନିର୍ଦ୍ଦୟ ଭାବେ ପିଟିଥିଲେ। ଗୁରୁତର ଆହତ ଅବସ୍ଥାରେ ଯୁବକଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ପ୍ରାଥମିକ ତଦନ୍ତରୁ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏହା ପଛରେ ସୁପାରି କିଲରଙ୍କ ହାତ ଥାଇପାରେ ବୋଲି ପୋଲିସ ମଧ୍ୟ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି। ଖଣ୍ଡଗିରି ଥାନା ପୋଲିସ ଖବର ପାଇ ସେଠାରେ ପହଞ୍ଚିଥିଲେ |

Leave a Reply

Your email address will not be published. Required fields are marked *