ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି ଓଲିଉଡ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ । ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ କଳାକାର ମାନେ ଯୋଗ ଦେଇ ସମ୍ମାନିତ ହୋଇଛନ୍ତି । ସାରା ଭାରତର ଅନେକ ଫିଲ୍ମ ପ୍ରଯୋଜକ, ନିର୍ଦ୍ଦେଶକ, ସ୍କ୍ରିନପ୍ଲେ, ଅଭିନେତା, ଅଭିନେତ୍ରୀ, କାହାଣୀକାର, ସିନେମାଟୋଗ୍ରାଫର, ମେକଅପ ଆର୍ଟିଷ୍ଟ ଆଦି ଅନେକ କଳାକାର ଏକତ୍ରିତ ହୋଇ ସେମାନଙ୍କର ପ୍ରତିଭା ପାଇଁ ପୁରସ୍କୃତ ହୋଇଥିଲେ । ବିଭିନ୍ନ ବର୍ଗରେ ସର୍ବୋତ୍ତମ ଘୋଷଣା ହୋଇଥିବା କଳାକାର, ଟେକ୍ନିସିଆନ୍ସମାନଙ୍କୁ ସମ୍ମାନିତ କରିବା ସହ ୭୮ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଗୋଲକ ପ୍ରସାଦ ମହାପାତ୍ର, ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବରେ ଓଡ଼ିଆ ଭାଷାର ସର୍ବୋତ୍ତମ ପରିବେଶ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ‘ପାଣି’କୁ ମିଳିଥିଲା । ଜିଜ୍ଞାସା ଅନ୍ଵେଷ ଙ୍କୁ “ୱାନ୍ସ” ଓଡ଼ିଆ ପାଇଁ ପୁରସ୍କାର ମିଳିଥିଲା । ଓଡ଼ିଆ ଭାଷାର ଶ୍ରେଷ୍ଠ ଡ୍ରାମା ଫିଲ୍ମ “ମୋ ଗାଁ କୁ ରାସ୍ତା ନାହିଁ ” କୁ ପୁରସ୍କାର ମିଳିଛି । ତେଲୁଗୁ ଭାଷାର କ୍ଷୁଦ୍ର ଚଳଚ୍ଚିତ୍ର ଭାବରେ ମାଆ ଇଲ୍ଲୁ, ଶ୍ରେଷ୍ଠ ନିର୍ଦ୍ଦେଶକ ଅନ୍ଵର ଆଜାଦ ଙ୍କୁ ଖେଲୁଙ୍ଗା (ହିନ୍ଦୀ), ଶ୍ରେଷ୍ଠ ପ୍ରଯୋଜକ ଦାମାରାଜୁ ଜାନକୀ ରାଣୀ ଙ୍କୁ ଆଇ ଲଭ ଗୀତା (ତେଲୁଗୁ), ମୁରାରୀ ପ୍ରସାଦ ସାହୁ ଙ୍କ ଶ୍ରେଷ୍ଠ ସାମାଜିକ କ୍ଷୁଦ୍ର ଚଳଚ୍ଚିତ୍ର ନିଘା, ମନ୍ମୟ ଦେ ଏବଂ ଟିମ୍ କୁ ପାଉଁରୁଟି ଚଳଚ୍ଚିତ୍ର ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରତିଟି କଳାକାରଙ୍କୁ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ପୁରସ୍କାର ଦିଆଯାଇଛି । ଏହି ଆୱାର୍ଡ ଡକ୍ୟୁମେଣ୍ଟ୍ରି ଓ ସର୍ଟ ଫିଲ୍ମ ପାଇଁ ରହିଛି। ଇଣ୍ଡିଆନ ଫିଲ୍ମ ମେକର ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ରାଜ୍ୟରୁ ଆସିଥିବା ଫିଲ୍ମ ନିର୍ମାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |
Related Posts
ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ବାସଡର ହେଲେସୁଦର୍ଶନ ପଟ୍ଟନାୟକ
- Mysanket News
- March 18, 2026
- 0
ଭୁବନେଶ୍ୱର: ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ବାସଡର ହୋଇଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ନିଜର ବାଲୁକା କଳା ମାଧ୍ୟମରେ ଜନସାଧାରଣଙ୍କୁ ଜନଗଣନାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇବେ । ଜାତୀୟ ଜନଗଣନା […]
କଟକର ଏକ ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ
- Mysanket News
- September 9, 2026
- 0
କଟକ: କଟକର ସିଡିଏ ସେକ୍ଟର-୧୦ ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରୁ ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ହେଲେ ଚିନ୍ମୟ ସାହୁ। ମିଳିଥିବା […]
ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ
- Mysanket News
- April 6, 2026
- 0
ଭୁବନେଶ୍ବର: ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ ସିଲିଣ୍ଡର। ସେମାନଙ୍କ ପାଇଁ ଲାଗୁ ହେବନି ୫ କେଜି ସିଲିଣ୍ଡର କଟକଣା । ସେମାନେ ପରିଚୟପତ୍ର ଦେଖାଇଲେ ମିଳିବ ୫ କେଜି […]
