CMOରୁ ଫାଇଲ୍ ଗାଏବ ମାମଲା: ଭୁବନେଶ୍ୱର ଜୋନ୍‌-୧ ଏସିପି କାର୍ଯ୍ୟାଳୟରେ ହାଜର ହେବା ପାଇଁ ପାଣ୍ଡିଆନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ଫାଇଲ ଗାଏବ ହେବା ଘଟଣାରେ ଭିକେ ପାଣ୍ଡିଆନଙ୍କୁ ନୋଟିସ୍ ଜାରି କରି ହାଜର ପାଇଁ ନିର୍ଦ୍ଦେଶ ଦେଇଛି କମିଶନରେଟ ପୁଲିସ। ସୂଚନା ଅନୁସାରେ, ଭୁବନେଶ୍ୱରର କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ଶ୍ରୀ ପାଣ୍ଡିଆନଙ୍କୁ ସମନ ଜାରି କରି ଚଳିତମାସ ୨୫ ତାରିଖ ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ୟୁପିଡି ଅଧୀନସ୍ଥ ଏସିପି ଜୋନ୍‌-୧ କାର୍ଯ୍ୟାଳୟରେ ହାଜର ହେବା ପାଇଁ ଏହି ନୋଟିସରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ପାଣ୍ଡିଆନଙ୍କୁ କ୍ୟାପିଟାଲ ଥାନାରୁ ଏହି ନିର୍ଦ୍ଦେଶ ଦିଆଯାଇଛି l ପୁଲିସ ପକ୍ଷରୁ କୁହାଯାଇଛି ଯେ, କ୍ୟାପିଟାଲ ଥାନାରେ ଗତ ଜୁନ ୧୦ ତାରିଖରେ ରୁଜୁ ହୋଇଥିବା ମାମଲାର ତଦନ୍ତ ସଂକ୍ରାନ୍ତରେ ଏହି ନୋଟିସ ପଠାଯାଇଛି l ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଏହି ମାମଲା ସମ୍ବନ୍ଧୀୟ ଯେକୌଣସି ଦଲିଲ, ରେକର୍ଡ, ଇଲେକ୍ଟ୍ରୋନିକ୍ସ ଉପକରଣ କିମ୍ବା ଅନ୍ୟାନ୍ୟ ପ୍ରାସଙ୍ଗିକ ସାମଗ୍ରୀ ଯାହା ନିଜ ପାଖରେ ଥିବ, ତାହା ସାଙ୍ଗରେ ଆଣିବାକୁ ପୁଲିସ ନୋଟିସରେ ସ୍ପଷ୍ଟ ଭାବରେ ଦର୍ଶାଇଛି। ଏହି ନୋଟିସ୍ ଜୁଲାଇ ୨୨ତାରିଖରେ ତାଙ୍କ ପଲାସପଲ୍ଲୀ ବାସଭବନ ଠିକଣାରେ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *