ନିର୍ବାଚନ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟରୁ ନିରାଶ ହେଲେ ଅରୁଣ ସାହୁ

ଭୁବନେଶ୍ୱର: ଅରୁଣ ସାହୁଙ୍କ ନିର୍ବାଚନ ଅନିୟମିତତା ମାମଲା ଖାରଜ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୬ ମାସ ମଧ୍ୟରେ ନିର୍ବାଚନ ଅନିୟମିତତା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଖବର ଅନୁସାରେ, ଗତ ୨୦୨୪ ନିର୍ବାଚନରେ ଅରୁଣ ସାହୁ ବିଜେପି ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କୁ ମାତ୍ର ୪୩୯ ଖଣ୍ଡ ଭୋଟରେ ହରାଇଥିଲେ । ଅରୁଣ ସାହୁ ନିର୍ବାଚନରେ ମିଥ୍ୟା ସତ୍ୟାପାଠ ଦାଖଲ କରିଥିବା ନେଇ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ହାଇକୋର୍ଟରେ ଆବେଦନ କରିଥିଲେ । ମାତ୍ର ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ନେଇ ଅରୁଣ ସାହୁ ହାଇକୋର୍ଟଙ୍କ ନିକଟେର ଅପିଲ୍ କରିଥିଲେ । ହାଇକୋର୍ଟ ତାଙ୍କର ଆବେଦନ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ସୁପ୍ରିମକୋର୍ଟ ମଧ୍ୟ ଅରୁଣଙ୍କ ଆବେଦନ ଖାରଜ କରିଛନ୍ତି । ଆବେଦନ ଖାରଜ ହୋଇଥିବାରୁ ଏବେ ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ହାଇକୋର୍ଟରେ ଜାରି ରହିବ। ସୂଚନା ଥାଉ, ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଅରୁଣ ସାହୁଙ୍କ ନାମାଙ୍କନପତ୍ର ଅନୁଚିତ ଭାବେ ଗ୍ରହଣ କରାଯାଇଥିବା ଅଭିଯୋଗ କରି ପ୍ରତ୍ୟୁଷା କହିଥିଲେ ଯେ ଏହା ତାଙ୍କ ନିର୍ବାଚନ ଫଳାଫଳ ଉପରେ ସିଧାସଳଖ ପ୍ରଭାବ ପକାଇଥିଲା।

Leave a Reply

Your email address will not be published. Required fields are marked *