ଏସ୍‌ସିଓ ନିୟମ ଅନୁସାରେ ଭାରତକୁ ନିମନ୍ତ୍ରଣ ପଠାଇବ ପାକିସ୍ତାନ

ଇସଲାମାବାଦ: ୨୦୨୭ ଏସ୍‌ସିଓ ସମ୍ମିଳନୀ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସଲାମାବାଦକୁ ନିମନ୍ତ୍ରଣ କରିବ ପାକିସ୍ତାନ। ସେହିପରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ହିଁ ମୋଦିଙ୍କୁ ଇସଲାମାବାଦ ଆସିବାକୁ ନିମନ୍ତ୍ରଣ ପତ୍ର ପଠାଇବେ ବୋଲି ଜଣାପଡ଼ିଛି। ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ(ଏସ୍‌ସିଓ)ର ପ୍ରତିଷ୍ଠିତ ପ୍ରାବଧାନ ଅନୁସାରେ ପାକିସ୍ତାନ ନିମନ୍ତ୍ରଣ ପତ୍ର ଭାରତକୁ ପଠାଇବ। ଏସ୍‌ସିଓର ସମସ୍ତ ସଦସ୍ୟଙ୍କୁ ଆୟୋଜକ ଦେଶ ନିମନ୍ତ୍ରଣ ପତ୍ର ପଠାଇବାକୁ ବାଧ୍ୟ ବୋଲି ପ୍ରାବଧାନରେ ଉଲ୍ଲେଖ ରହିଛି। ସଂଗଠନର ନିୟମ ଅନୁଯାୟୀ ସମସ୍ତ ସଦସ୍ୟ ରାଷ୍ଟ୍ର ଓ ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବ। ୨୦୨୭ରେ ପାକିସ୍ତାନ ଏସ୍‌ସିଓ ଶିଖର ସମ୍ମିଳନୀର ଆୟୋଜନ କରିବ। ବର୍ତ୍ତମାନ ଏସ୍‌ସିଓର ଚାଇନା, ରୁଷ, ଭାରତ, ପାକିସ୍ତାନ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ, ଇରାନ ଓ ବେଲାରୁଷ ରହିଛନ୍ତି।

Leave a Reply

Your email address will not be published. Required fields are marked *