ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଆୟୋଜିତ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀକୁ ଉଦ୍ଘାଟନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ବିଶ୍ୱରେ ଶିକ୍ଷା କ୍ଷେତ୍ର ସାମ୍ନା କରୁଥିବା ବିଭିନ୍ନ ଆହ୍ୱାନର ମୁକାବିଲା କୌଣସି ଦେଶ ଏକାକୀ କରିପାରିବ ନାହିଁ । ପାରସ୍ପରିକ ସହଯୋଗ, ଜ୍ଞାନର ଆଦାନପ୍ରଦାନ ଓ ନବସୃଜନ ମାଧ୍ୟମରେ ହିଁ ସଫଳ ମୁକାବିଲା ସମ୍ଭବ। ସେ କହିଥିଲେ ଯେ, ଭାରତର ବ୍ରିକ୍ସ ଅଧ୍ୟକ୍ଷତା ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟିତ୍ୱ ଭଳି ଚାରିଟି ମୂଳନୀତି ଉପରେ ଆଧାରିତ । ଏହି ଚାରିଟି ସ୍ତମ୍ଭ ଶିକ୍ଷା କ୍ଷେତ୍ର ପାଇଁ ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ ବୋଲି ଯୋଶୀ କହିଥିଲେ । ସ୍ଥିରତା ସମ୍ପର୍କରେ ଯୋଶୀ କହିଥିଲେ, ମହାମାରୀ, ଆର୍ଥିକ ଅନିଶ୍ଚିତତା, ଜଳବାୟୁ ପରିବର୍ତ୍ତନ ଭଳି ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ଷମ ଓ ସ୍ଥିର କରିବା ଆବଶ୍ୟକ । ନବସୃଜନ ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ, ଦ୍ରୁତ ବଦଳୁଥିବା ବିଶ୍ୱ ସହ ତାଳ ମିଳାଇ ଶିକ୍ଷା ବ୍ୟବସ୍ଥାକୁ ନିରନ୍ତର ବିକଶିତ ହେବାକୁ ପଡ଼ିବ । ପ୍ରତ୍ୟେକ ନୂଆ ପିଢ଼ିର ଆଶା ଓ ଆକାଙ୍କ୍ଷା ପୂରଣ କରିବା ସହ ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ସୁଯୋଗ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନିରନ୍ତର ବିକଶିତ ହେବାକୁ ପଡ଼ିବ | ସହଯୋଗ ଓ ସ୍ଥାୟିତ୍ୱ ପ୍ରସଙ୍ଗରେ କହିଥିଲେ ଯେ, ବିଶ୍ୱ ସମ୍ମୁଖୀନ ହେଉଥିବା ସାଧାରଣ ସମସ୍ୟାର ସମାଧାନ ପାଇଁ ଦେଶଗୁଡ଼ିକ ମଧ୍ୟରେ ସମନ୍ୱିତ ପ୍ରୟାସ ଜରୁରୀ । ଆମେ ସମସ୍ତେ ମିଳିତ ଭାବେ ଏହି ଆହ୍ୱାନଗୁଡ଼ିକର ମୁକାବିଲା କରିପାରିବା, କିନ୍ତୁ କୌଣସି ଦେଶ ଏକାକୀ ଏହାର ସମାଧାନ କରିପାରିବ ନାହିଁ। ଆମେ ସୃଷ୍ଟି କରୁଥିବା ଜ୍ଞାନ, ବିକଶିତ କରୁଥିବା ପ୍ରଯୁକ୍ତି ଓ ସୁଦୃଢ଼ କରୁଥିବା ଅନୁଷ୍ଠାନଗୁଡ଼ିକ କେବଳ ବର୍ତ୍ତମାନ ପିଢ଼ି ନୁହେଁ, ଆଗାମୀ ପିଢ଼ିର ମଧ୍ୟ ସେବାରେ ଲାଗିବା ଉଚିତ,” ବୋଲି ସେ କହିଥିଲେ ।ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ବ୍ରାଜିଲ, ରୁଷ, ଚୀନ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଇରାନ, ଇଥିଓପିଆ ଓ ସଂଯୁକ୍ତ ଆରବ ଏମିରେଟ୍ସର ଶିକ୍ଷାମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି।
Related Posts
ହାଜତ ମୃତ୍ୟୁ ମାମଲାରେ ଏଏସ୍ପିଙ୍କ ବଦଳି,୩ ପୁଲିସ କର୍ମଚାରୀ ନିଲମ୍ବିତ
- Mysanket News
- June 2, 2026
- 0
ଗଞ୍ଜାମ:କବିସୂର୍ଯ୍ୟନଗର ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ପୁଲିସ ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପ୍ରାଥମିକ ତଦନ୍ତ ଆଧାରରେ ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଜଣେ ଏଏସ୍ପିଙ୍କୁ […]
ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ହେବ ସ୍କୁଲ ଛୁଟି
- Mysanket News
- April 17, 2026
- 0
ଭୁବନେଶ୍ୱର: ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ହେବ ସ୍କୁଲ ଛୁଟି । ଯେଉଁ ଜିଲ୍ଲାଗୁଡିକରେ ଅସହ୍ୟ ଗରମ ହେଉଛି, ସେହିସବୁ ଜିଲ୍ଲା ଗୁଡିକର ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ସ୍କୁଲ ଛୁଟି ହେବା ନେଇ ନିଷ୍ପତି ନିଆଯିବ […]
ଘରୋଇ ସ୍କୁଲରେ NCERT ବହି ପଢ଼ାଯିବା ବାଧ୍ୟତାମୂଳକ ହେବ:ଗଣଶିକ୍ଷା ମନ୍ତ୍ରୀ
- Mysanket News
- April 5, 2026
- 0
ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏଣିକି ଘରୋଇ ସ୍କୁଲରେ NCERT ବହି ପଢ଼ାଯିବା ବାଧ୍ୟତାମୂଳକ ହେବ । ଘରୋଇ ସ୍କୁଲ ଗୁଡ଼ିକରେ ନିଜସ୍ୱ ପ୍ରକାଶନୀ ବହି ବିକ୍ରି କରି ଅଭିଭାବକଙ୍କୁ ଶୋଷଣ କରିବା […]
