ଖଣ୍ଡଗିରି ଓଭରବ୍ରିଜ୍‌ରେ ମର୍ମନ୍ତୁଦ ଦୁର୍ଘଟଣା: ବାପା ମୃତ, ପୁଅ ଗୁରୁତର

ଭୁବନେଶ୍ୱର: ଆଜି ସକାଳେ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଓଭରବ୍ରିଜ୍‌ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୋଟେ ବସ୍ ବାଇକ୍‌କୁ ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଓଭରବ୍ରିଜ୍ ଉପରେ ଏକ ବସ୍ ବାପା ଓ ପୁଅ ଯାଉଥିବା ଦୁଇଚକିଆ ଯାନକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ବାପା ଏବଂ ପୁଅ ଉଭୟ ଗାଡ଼ିରୁ ଛିଟିକି ଯାଇ ରାସ୍ତା କଡ଼ରେ ପଡ଼ିଥିଲେ। ଖବର ପାଇ ଖଣ୍ଡଗିରି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏକ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ। ତେବେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ବାପାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ବର୍ତ୍ତମାନ ଗୁରୁତର ଅବସ୍ଥାରେ ପୁଅଙ୍କର ଚିକିତ୍ସା ଜାରି ରହିଛି। ଏହି ଦୁର୍ଘଟଣା ଯୋଗୁଁ ଓଭରବ୍ରିଜ୍ ଏବଂ ତଳ ରାସ୍ତାରେ ଲୋକଙ୍କର ପ୍ରବଳ ଭିଡ଼ ଜମିବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ପୋଲିସ ଦୁର୍ଘଟଣାଗ୍ରସ୍ତ ଯାନଗୁଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *