ରେଭେନ୍‌ସାର ଚିଫ୍ ୱାର୍ଡେନ୍ ଓ ୨ ଜଣ ଡେପୁଟି ଚିଫ୍‌ ଓ୍ୱାର୍ଡେନଙ୍କ ବଦଳି

କଟକ: ରେଭେନ୍‌ସା ବିଶ୍ୱବିଦ୍ୟାଳୟ ହଷ୍ଟେଲ ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ରେଭେନ୍ସା ହଷ୍ଟେଲ୍ ଚିଫ୍‌ ଓ୍ୱାର୍ଡେନଙ୍କୁ ବଦଳି କରାଯାଇଛି । ସୁଦର୍ଶନ ମିଶ୍ରଙ୍କ ସ୍ଥାନରେ ପୂର୍ଣ୍ଣେନ୍ଦୁ ପାଢ଼ୀ ହୋଇଛନ୍ତି ନୂଆ ଚିଫ୍‌ ଓ୍ୱାର୍ଡେନ। ୨ ଜଣ ଡେପୁଟି ଚିଫ୍‌ ଓ୍ୱାର୍ଡେନ ମଧ୍ୟ ବଦଳି ହୋଇଛନ୍ତି । ଦୀପ୍ତି ରାଉତ ଓ ଦ୍ୱିତୀକୃଷ୍ଣ ବେହେରା ହେଲେ ନୂଆ ଡେପୁଟି ଚିଫ୍‌ ଓ୍ୱାର୍ଡେନ । ଏନେଇ ବିଶ୍ଵବିଦ୍ୟାଳୟର କୁଳ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ବିଭିନ୍ନ ହଷ୍ଟେଲର ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ ମଧ୍ୟ ବଦଳିଛନ୍ତି । ସେପଟେ ରେଭେନ୍ସା କୁଳପତି କହିଛନ୍ତି ଯେ ବଦଳି ହେଉଛି ବିଶ୍ୱବିଦ୍ୟାଳୟର ଏକ ସ୍ୱାଭାବିକ ପ୍ରକ୍ରିୟା । ନୂଆ ଅଭିଜ୍ଞ ଅଧ୍ୟାପକଙ୍କୁ ହଷ୍ଟେଲ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *