ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁରସ୍ଥିତ ଗୋଧନି ଅଞ୍ଚଳରେ ଏକ ବଡ଼ ଧରଣର ଗ୍ୟାସ୍ ଲିକ୍ ଦୁର୍ଘଟଣା ଘଟିଛି। ଗୋଧନି ନଗର ପଞ୍ଚାୟତ ଦ୍ୱାରା ପରିଚାଳିତ ଜଳ ବିଶୋଧନାଗାରରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ ହେବା ଫଳରେ ୪୦ ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୋମବାର ଭୋର୍ ସମୟରେ ପ୍ଲାଣ୍ଟରୁ ହଠାତ୍ କ୍ଲୋରିନ୍ ଗ୍ୟାସ୍ ଲିକ୍ ହେବା ଆରମ୍ଭ ହୋଇଥିଲା। ବାୟୁମଣ୍ଡଳରେ ଗ୍ୟାସ୍ ବ୍ୟାପିଯିବାରୁ ଆଖପାଖ ଅଞ୍ଚଳର ଲୋକଙ୍କ ସମେତ ୧୦ ଜଣ ପ୍ଲାଣ୍ଟ୍ କର୍ମଚାରୀ ପ୍ରବଳ ନିଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କରିଥିଲେ। ଅସୁସ୍ଥ ସମସ୍ତ ୪୦ ଜଣଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁ (ICU)କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ପ୍ରଭାବିତଙ୍କୁ ଡାକ୍ତରୀ ନଜରବନ୍ଦୀରେ ରଖାଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଓ ନାଗପୁର ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିବା ସହ ଗ୍ୟାସ୍ ଲିକେଜ୍କୁ ବନ୍ଦ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ପ୍ଲାଣ୍ଟ୍ ପରିସର ଓ ଆଖପାଖ ଅଞ୍ଚଳରେ କଡ଼ା ପୋଲିସ ପାଟ୍ରୋଲିଂ ଜାରି ରହିଛି।
Related Posts
ଅଶୋକଧାମ ମନ୍ଦିରରେ ଦଳାଚକଟା, ୮ ମୃତ; ୧୨ରୁ ଅଧିକ ଆହତ
- Mysanket News
- August 17, 2026
- 0
ନୂଆଦିଲ୍ଲୀ: ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ଦଳାଚକଟା ହୋଇ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଶ୍ରାବଣ ମାସର ତୃତୀୟ ସୋମବାର […]
ଆଫଗାନିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ବିମାନ ଆକ୍ରମଣକୁ ନିନ୍ଦା କଲା ଭାରତ
- Mysanket News
- June 30, 2026
- 0
ନୂଆଦିଲ୍ଲୀ: ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ଏୟାର ଷ୍ଟ୍ରାଇକରେ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏହି ଘଟଣାପରେ ଭାରତ ପକ୍ଷରୁ ପାକିସ୍ତାନକୁ କଡା ନିନ୍ଦା କରାଯାଇଛି l ଭାରତ ପ୍ରାଣ ହରାଇଥିବା ଲୋକଙ୍କ […]
୫୭ଦିନ ପରେ ଇରାନ ଜେଲରୁ ମୁକ୍ତ ହେଲେ; ମର୍ଚ୍ଚାଣ୍ଟ ନେଭି ଇଞ୍ଜିନିୟର କେତନ ମେହେଟା
- Mysanket News
- March 11, 2026
- 0
ଗାଜିଆବାଦ: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ, ଡିଏଲଏଫ କଲୋନୀରେ ରହୁଥିବା ମର୍ଚ୍ଚାଣ୍ଟ ନେଭି ଇଞ୍ଜିନିୟର କେତନ ମେହେଟ୍ଟା ୫୭ ଦିନ ପରେ ଇରାନର ଏକ ଜେଲରୁ ମୁକ୍ତ ହୋଇଛନ୍ତି। ସେ […]
