ଦଳବଦଳ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ର ସମ୍ପାଦକ ତଥା ଲୋକସଭା ନେତା ଅଭିଷେକ ବାନାର୍ଜୀଙ୍କ ଆବେଦନ କ୍ରମେ ସୁପ୍ରିମକୋର୍ଟ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦଳରୁ ବାହାରି ଅନ୍ୟତ୍ର ମିଶିଥିବା ୨୦ ଜଣ ବିଦ୍ରୋହୀ ଟିଏମସି ସାଂସଦଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ଟିଏମସିରୁ ବିଦ୍ରୋହ କରି ୨୦ ଜଣ ଲୋକସଭା ସାଂସଦ ତ୍ରିପୁରାର ରାଜନୈତିକ ଦଳ ‘ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍‌ ଇଣ୍ଡିଆ’ (NCPI) ସହିତ ମିଶିଯାଇଥିବା ଘୋଷଣା କରିଥିଲେ। ଏହି ସାଂସଦମାନେ ସଂସଦରେ ପୃଥକ ସ୍ୱୀକୃତି ଲୋଡ଼ିଥିବା ବେଳେ ଏନଡିଏର ସାଂସଦ କାର୍ଯ୍ୟକାଳପରେ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଟିଏମସି ପକ୍ଷରୁ କୁହାଯାଇଛି ଯେ, ଏହି ସାଂସଦମାନେ ଦଳୀୟ ପ୍ରତୀକରେ ନିର୍ବାଚିତ ହୋଇଥିବାରୁ ଅନ୍ୟ ଦଳ ସହ ମିଶିବା ଦଳତ୍ୟାଗ ବିରୋଧୀ ଆଇନ ଅଧୀନରେ ଅଯୋଗ୍ୟ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଳ୍ୟ ବାଗଚୀ ଏବଂ ଜଷ୍ଟିସ ଭୀମାପାକ କୋଟ୍ରାୟା ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ ଦର୍ଶାଯାଇଥିଲା ଯେ, ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟତା ମାମଲାରେ ବିଳମ୍ବ କରାଯାଉଛି। ତେବେ ଅଦାଲତରେ ବାଚସ୍ପତିଙ୍କ ପକ୍ଷରୁ ହାଜର ହୋଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ବାଚସ୍ପତି ଜଣେ ସାମ୍ବିଧାନିକ ବ୍ୟକ୍ତିତ୍ୱ ଏବଂ ଏହି ମାମଲାରେ ନୋଟିସ ଜାରି କରାଯିବା ଆବଶ୍ୟକ ନାହିଁ। ଶେଷରେ କୋର୍ଟ ଲୋକସଭା ସଚିବାଳୟ ଏବଂ ସମ୍ପୃକ୍ତ ୨୦ ଜଣ ବିଦ୍ରୋହୀ ସାଂସଦଙ୍କୁ ନୋଟିସ୍ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *