ପାକିସ୍ତାନରେ ଥିବା ମହାପ୍ରଭୁଙ୍କ ଜମି ଚିହ୍ନଟ ହେବ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ଶ୍ରୀଜଗନ୍ନାଥ ମନ୍ଦିରର ଜମିକୁ ବେଆଇନ ଅକ୍ତିଆରରୁ ମୁକ୍ତ କରିବା ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୬,୦୦୦ ଏକର ଜମି ଚିହ୍ନଟ କରାଯାଇଛି, ଯାହା ମଧ୍ୟରୁ ୨୫ରୁ ୨୬ ପ୍ରତିଶତ ଜମି ବର୍ତ୍ତମାନ ବେଆଇନ ଅକ୍ତିଆରରେ ରହିଛି। ଜଗନ୍ନାଥ ମନ୍ଦିରର କିଛି ଜମି ପାକିସ୍ତାନର ସିନ୍ଧୁ ଅଞ୍ଚଳରେ ମଧ୍ୟ ରହିଛି ଏବଂ ସେଗୁଡ଼ିକୁ ଚିହ୍ନଟ କରାଯାଉଛି। ସରକାରଙ୍କ ଏହି ଅଭିଯାନ କେବଳ ଓଡ଼ିଶା ମଧ୍ୟରେ ସୀମିତ ରହିବ ନାହିଁ ରାଜ୍ୟ ଭିତରେ ହେଉ କିମ୍ବା ବାହାରେ, ବେଆଇନ ଅକ୍ତିଆରରେ ଥିବା ମନ୍ଦିରର ଜମିଗୁଡ଼ିକୁ ଚିହ୍ନଟ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ଆଇନ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପାକିସ୍ତାନର ସିନ୍ଧ ପ୍ରଦେଶ ଅଞ୍ଚଳରେ ମହାପ୍ରଭୁ ଜଗନ୍ନାଥଙ୍କର କିଛି ଜମି ରହିଛି। ଭାରତର ବିଭିନ୍ନ ରାଜ୍ୟ ସହିତ ପାକିସ୍ତାନରେ ଥିବା ମହାପ୍ରଭୁଙ୍କ ଜମିର ମଧ୍ୟ ଧୀରେ ଧୀରେ ଚିହ୍ନଟ କରାଯିବ l

Leave a Reply

Your email address will not be published. Required fields are marked *