୪୦ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ପାଇଁ ପ୍ରସ୍ତୁତି

କୋଣାର୍କ: କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଅବସରରେ ଆଜି ଅପରାହ୍ନରେ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ୪୦ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ହୋଇଛି। କୋଣାର୍କ ନାଟ୍ୟ ମଣ୍ଡପର ଉପଦେଷ୍ଟା ସଂଗଠକ ଉମେଶ ଚନ୍ଦ୍ର ସ୍ଵାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ନାଟ୍ୟମଣ୍ଡପ ସମ୍ପାଦକ ଶିବାଶିଷ ପ୍ରଧାନ,ଗୁରୁ ଜୟକୃଷ୍ଣ ନାୟକ,ଖଗେଶ୍ବର ଖଣ୍ଡାୟତ ରାୟ,ବିଷ୍ନୁଚରଣ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ୧୯ ତାରିଖ ସଂଧ୍ୟାରେ ପ୍ରଥମେ ବାବା ବାଲୁଙ୍କେଶ୍ୱର ମହାଦେବଙ୍କ ଆଜ୍ଞାମାଳ ମଞ୍ଚରେ ବିଜେ ହେବ । ଏହା ପରେ ନାଟ୍ୟ ମଣ୍ଡପ ଓ ନୃତ୍ୟାଳୟା ଡାନ୍ସ ଏକାଡେମୀର ୫୦ଜଣ କଳାକାରମାନେ ଅପୂର୍ବ ନୃତ୍ୟ ଶୈଳୀରେ ପରିବେଷଣ କରିବେ ପଞ୍ଜଦେବସ୍ତୁତି। ପରେ ଓଡିଶୀ, କୁଚିପୁଡ଼ି, ଭାରତନାଟ୍ୟମ ଆଦି ନୃତ୍ୟ ପରିବେଷଣ ହେବ। ଏହି ଅବସରରେ ୩୦ତମ କୋଣାର୍କ ସାହିତ୍ୟ ଉତ୍ସବ ନିମନ୍ତେ ବିଭିନ୍ନ ସ୍ଥାନରୁ ସାହିତ୍ୟିକ, କବି ଓ କବୟିତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁଲୋଚନା ପ୍ରଧାନ, ବାମଦେବ ଆଳୁକୁ,ସୁଦେଶ୍ନା ସାସମଲ ପ୍ରଧାନ ପ୍ରମୁଖ ନାଟ୍ୟମଣ୍ଡପର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *